Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ

Posted on January 16, 2026

ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ। ସାତକୋଶିଆରୁ କପିଳାସ ଆଣିବା ବେଳେ ବାଟରେ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୪ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀଟି ଖାଦ୍ୟରେ ବୋମା ଚୋବାଇ ଗୁରୁତର ହୋଇଥିଲା। ଗତ ରାତିରେ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ତାକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଉଥିଲା। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।

ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ ହାତୀଛୁଆ ଗୁରୁବାର ଠାବ ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବୋମା ଚୋବାଇ ହାତୀର ମୁହଁ କ୍ଷତାକ୍ତ ହୋଇଥିଲା। ୫/୬ ଦିନ ପୂର୍ବରୁ ଏହି କ୍ଷତ ହୋଇଥିବାରୁ ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅଧିକ ଚିକିତ୍ସା ପାଇଁ ସନ୍ଧ୍ୟାରେ ‘ଐରାବତ’ ଗାଡ଼ିରେ ଗୁରୁତର ହାତୀଛୁଆକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧା ବାଟରେ ହାତୀ ଛୁଆର ମୃତ୍ୟୁ ଘଟିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme