Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୂରା ହେଲା ଟ୍ରମ୍ପଙ୍କ ସ୍ବପ୍ନ, ନୋବେଲ ପାଇଲେ ଆମେରିକା ରାଷ୍ଟ୍ରପତି

Posted on January 16, 2026

ଅପେକ୍ଷାର ହେଲା ଅନ୍ତ । ପୂରା ହେଲା ଟ୍ରମ୍ପଙ୍କ ଦୀର୍ଘ ଦିନର ସ୍ବପ୍ନ । ଶେଷରେ ନୋବେଲ ପାଇଲେ ଆମେରିକା ରାଷ୍ଟ୍ରପତି । ଯେଉଁ ପୁରସ୍କାର ପାଇଁ ସେ ନିଜର ପ୍ରଚାର କରୁଥିଲେ ତାହା ତାଙ୍କୁ ମିଳିଯାଇଛି । ତେବେ ସିଧାସଳଖ ନହେଲେ ମଧ୍ୟ ସେ ପାଇଛନ୍ତି ପରୋକ୍ଷ ନୋବେଲ । ଅର୍ଥାତ ଅନ୍ୟର ପୁରସ୍କାରରେ ନିଜେ ପୁରସ୍କୃତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର ନୋବେଲ ପୁରସ୍କାର ଦେଇଛନ୍ତି ମାଚାଡୋ! । ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ ତଥା ମାନବାଧିକାର କର୍ମୀ ମାରିଆ କୋରିନା ମାଚାଡୋ ନିଜର ନୋବେଲ ଶାନ୍ତି ପୁରସ୍କାରକୁ ଟ୍ରମ୍ପଙ୍କୁ ଦେଇଛନ୍ତି। ଏହା ମାଧ୍ୟମରେ ସେ ଦର୍ଶାଇବାକୁ ଚାହିଁଛନ୍ତି ଯେ ଭେନେଜୁଏଲାର ସ୍ୱାଧୀନତା ପାଇଁ ଆମେରିକାର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟ୍ରମ୍ପଙ୍କୁ ଜଣେ ଦୃଢ ନେତା ଭାବେ ଗ୍ରହଣ କରି ଏହି ସମ୍ମାନ ପ୍ରଦର୍ଶନ କରିଛନ୍ତି ମାଚାଡୋ । ସେପଟେ ଏନେଇ ମାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ ।

ଭେନେଜୁଏଲାର ଜଣେ ପ୍ରଭାବଶାଳୀ ବିରୋଧୀ ଦଳର ନେତ୍ରୀ ମାରିଆ କୋରିନା ମାଚାଡୋ । ନିଜ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ନିକୋଲାସ ମାଦୁରୋଙ୍କ ବିରୋଧରେ ଦୀର୍ଘ ଦିନ ଧରି ସଂଗ୍ରାମ କରୁଛନ୍ତି। ମାଚାଡୋ ବିଶ୍ୱାସ କରନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ସ୍ୱାଧୀନତା ଏବଂ ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ସମର୍ଥକ। ନିଜର ନୋବେଲ ପୁରସ୍କାର ଟ୍ରମ୍ପଙ୍କୁ ସମର୍ପଣ କରି ସେ ସାରା ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଭେନେଜୁଏଲାର ଲଢ଼େଇରେ ଆମେରିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଣେ ନୋବେଲ ବିଜେତା ନିଜର ପୁରସ୍କାର ଅନ୍ୟ ଜଣେ ରାଜନୈତିକ ନେତାଙ୍କୁ ଦେବା ଏକ ବିରଳ ଘଟଣା। ଏହା ଦର୍ଶାଉଛି ଯେ ଭେନେଜୁଏଲାର ବିରୋଧୀ ଦଳ ଟ୍ରମ୍ପଙ୍କ ଉପରେ କେତେ ଭରସା କରୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme