Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଧୁମେହ ରୋଗୀ ପାଇଁ କଞ୍ଚା ପନୀର ନା ଟୋଫୁ?

Posted on January 15, 2026

ମଧୁମେହ ରୋଗୀ ଖାଦ୍ୟରେ ଶର୍କରାକୁ ନିୟନ୍ତ୍ରିତ କରୁଥିବା ଖାଦ୍ୟକୁ ଗୁରୁତ୍ୱଦେବା ଆବଶ୍ୟକ । ନଚେତ୍ ରକ୍ତରେ ବାରମ୍ବାର ଶର୍କରା ବଢିବା ଓ କମିବାଦ୍ୱାରା ଶରୀରର କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ତେଣୁ ମଧୁମେହ ରୋଗୀଙ୍କୁ ଖାଦ୍ୟରେ ନିୟନ୍ତ୍ରଣ ରଖିବା ଜରୁରି ହୋଇପଡେ । ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ସକାଳ ଜଳଖିଆକୁ ଗୁରୁତ୍ୱ ଦେବା ଜରୁରି ।

ଉଭୟ ପ୍ରୋଟିନରେ ଭରା । ମଧୁମେହ ରୋଗୀଙ୍କ ପାଇଁ ଟୋଫୁ ଏକ ସୁସ୍ଥ ବିକଳ୍ପ । କାରଣ ଏହା ଗଛରୁ ମିଳିବା ସହ କୋଲେଷ୍ଟରଲ୍ ରହିତ ହୋଇଥାଏ । କାରଣ ମଧୁମେହ ରୋଗୀ କୋଲୋଷ୍ଟରଲ୍ ନିୟନ୍ତ୍ରିତ ରଖିବା ସହ ସାଚ୍ୟୁରେଟେଡ୍ ଫ୍ୟାଟ ଖାଇବା ଉଚିତ୍ । ସେଥିପାଇଁ ଟୋଫୁ ସବୁଠାରୁ ଭଲ ବିକଳ୍ପ । ଏହା ବ୍ୟତୀତ ପନିରରେ କାର୍ବୋହାଇଡ୍ରେଟ୍ କମ୍ ଓ ପ୍ରୋଟିନ୍ ଅଧିକ ରହିଥାଏ । କିନ୍ତୁ ଏଥିରେ ଫ୍ୟାଟ୍ ଓ କୋଲେଷ୍ଟରଲର ମାତ୍ରା ଅଧିକ ରହୁଥିବାରୁ ଚିନ୍ତା ବଢାଇଥାଏ । ମଧୁମେହ ରୋଗୀଠାରେ ହୃଦ୍ରୋଗର ଆଶଙ୍କା ଅଧିକ । ତେଣୁ କୋଲେଷ୍ଟରଲ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ପନିର ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।

ଡାଏଟିସିଆନଙ୍କ ମତରେ ଟୋଫୁ ହୃଦୟକୁ ସୁସ୍ଥ ରଖିବା ସହ ଓଜନ ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଜରୁରି । କେବଳ ସେତିକି ନୁହେଁ ଟାଇପ୍-୨ ମଧୁମେହ ରୋଗୀଙ୍କ ପରିସ୍ରାରେ ପ୍ରୋଟିନର ମାତ୍ରାକୁ କମ କରିଥାଏ । ଫଳରେ କିଡ୍ନୀ ସୁସ୍ଥ ରହିଥାଏ ।

ଡାଏଟିସିଆନ୍ ଅନୁସାରେ କଞ୍ଚା ପନିର ମଧୁମେହ ରୋଗୀଙ୍କ ପାଇଁ ଆଦୌ ଖରାପ ନୁହେଁ । କିନ୍ତୁ କମ୍ ମାତ୍ରାରେ ଖାଇବା ଉଚିତ୍ । କଞ୍ଚା ପନିରକୁ ଯଥାସମ୍ଭବ ତେଲ ମସଲାଠାରୁ ଦୂରେଇ ରଖିବା ସହ ହାଲକା ସୈନ୍ଧବ ଲୁଣ ଓ ଡାଳଚିନି ଗୁଣ୍ଡ ମିଶାଇ ଖାଇପାରିବେ ।

ମଧୁମେହ ରୋଗୀ ଟୋଫୁକୁ ବିଭିନ୍ନ ଉପାୟରେ ଖାଇପାରିବେ । ଯେପରିକିଟୋଫୁ ଛଣା, ସିଝାଇପାରିବେ ଓ ଗ୍ରୀଲ୍ କରି ଖାଇପାରିବେ । ଯଥାସମ୍ଭବକମ୍ ପ୍ରୋସେସଡ୍ ଟୋଫୁ ଖାଇବା ଭଲ । ଏହାକୁ ଷ୍ଟାର୍ଚରହିତ ପରିବା ସହଖାଇବା ଉଚିତ୍ । ମିଠା ଚଟଣୀ ପରିବର୍ତ୍ତେ ହର୍ବାଲ୍ ସସ୍ ସହ ଖାଇପାରିବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme