Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

“ସାବଧାନ! ମାଟ୍ରିମୋନିଆଲ୍ ସାଇଟ୍‌ରେ ଘୂରି ବୁଲୁଛନ୍ତି ‘ନକଲି ଡାକ୍ତର’, ଯୁବତୀଙ୍କୁ ୨୨ ଲକ୍ଷର ଚୂନ!

Posted on January 15, 2026

ସୋସିଆଲ ମିଡିଆ ଓ ମାଟ୍ରିମୋନିଆଲ୍ ସାଇଟ୍‌ରେ ଜୀବନସାଥୀ ଖୋଜୁଥିଲେ ସାବଧାନ! କାରଣ ଆପଣଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତି ଆପଣଙ୍କୁ କାଙ୍ଗାଳ କରିଦେଇପାରେ। ଏମିତି ଏକ ବଡ଼ ଧରଣର ଠକେଇ ମାମଲା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତର ପରିଚୟ ଦେଇ ଜଣେ ଯୁବତୀଙ୍କଠାରୁ ପ୍ରାୟ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ।

ଅଭିଯୁକ୍ତ ରଞ୍ଜୀବ ପ୍ରଧାନ, ମାଟ୍ରିମୋନିଆଲ୍ ସାଇଟ୍‌ରେ ନିଜକୁ ଜଣେ ଡାକ୍ତର ଭାବେ ଉପସ୍ଥାପନ କରିଥିଲେ। ସେଠାରେ ସେ ‘ପ୍ରକାଶ ପ୍ରଧାନ’ ନାମକ ଏକ ଫେକ୍ ପ୍ରୋଫାଇଲ୍ ତିଆରି କରିଥିଲେ। ନିଜ ଭାଇ ତୁଷାର ପ୍ରଧାନଙ୍କ ପାଇଁ ବିବାହ ପ୍ରସ୍ତାବ ଦେଇ ସେ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଧୀରେ ଧୀରେ ବିଶ୍ୱାସ ଜମାଇବା ପରେ ସେ ଯୁବତୀଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। କେତେବେଳେ ନିଜ ପେଟ୍ରୋଲ ପମ୍ପ ପାଇଁ ୫ ଲକ୍ଷ ତ କେତେବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିଲେ।

ଯେତେବେଳେ ଯୁବତୀ ଜଣକ ଠକାମୀର ଶିକାର ହୋଇଥିବା ଅନୁଭବ କଲେ, ସେ ତୁରନ୍ତ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ରଞ୍ଜୀବ ପ୍ରଧାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ତେବେ ରଞ୍ଜୀବ କେବଳ ଏହି ଜଣେ ଯୁବତୀଙ୍କୁ ନୁହେଁ, ବରଂ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଆଉ କେତେଜଣଙ୍କୁ ନିଜ ଜାଲରେ ଫସାଇଛନ୍ତି, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme