Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୫୦ ବର୍ଷ ପରେ ଫେରିବ ରାଣୀ ଶାସନ

Posted on January 15, 2026

୧୫୦ ବର୍ଷ ପରେ ସ୍ପେନ୍‌କୁ ଫେରିବ ରାଣୀ ଶାସନ । ୧୮୦୦ ମସିହାରେ ଦେଶ ଶାସନ କରିଥିବା ରାଣୀ ଇସାବେଲାଙ୍କ ପରେ ରାଜା ଫିଲିପ୍ ୫ମ ଓ ରାଣୀ ଲେତିଜିଆଙ୍କ ଝିଅ ରାଜକୁମାରୀ ୨୦ ବର୍ଷୀୟା ଲିଓନର ଦେଶର ପ୍ରଥମ ରାଣୀ ହେବେ । ୧୭୦୦ ମସିହା ପ୍ରାରମ୍ଭରୁ ବର୍ବନ୍ ରାଜବଂଶ ପାଖରେ ସ୍ପେନ୍‌ର ରାଜ ମୁକୁଟ ରହିଛି । ସ୍ପାନିଶ୍ ଉତ୍ତରାଧିକାର ଯୁଦ୍ଧରେ ହାବ୍‌ସବର୍ଗସଙ୍କ ଉପରେ ବିଜୟ ଲାଭ ପରଠୁ ଏହା ମୁକୁଟ ଅକ୍ତିଆର କରିଛି । ଜେନେରାଲ ଫ୍ରାନ୍‌କୋଙ୍କ ଏକଛତ୍ରବାଦିତାର ଅନ୍ତ ପରେ ୧୯୭୫ରେ ରାଜା ଜୁଆନ କାର୍ଲୋସଙ୍କ ଜରିଆରେ ରାଜତନ୍ତ୍ର ପୁନଃସ୍ଥାପିତ ହେଲା । ସ୍ପେନ୍‌କୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ରୂପାନ୍ତର କରିବାରେ କାର୍ଲୋସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୨୦୧୪ରେ ସିଂହାସନ ତ୍ୟାଗ କରି ପୁଅ ଫିଲିପ୍‌ଙ୍କୁ ହସ୍ତାନ୍ତର କରିଥିଲେ । ଏବେ ରାଜ ମୁକୁଟର ପରବର୍ତ୍ତୀ ଉତ୍ତରାଧିକାରୀ ହେଉଛନ୍ତି ଲିଓନର୍ ।

ଫିଲିପ୍ ୨୦୦୪ରେ ପୂର୍ବତନ ସାମ୍ବାଦିକା ଲେଟିଜିଆଙ୍କୁ ବିବାହ କରିଥିଲେ ଏବଂ ୪୨ ବର୍ଷ ବୟସରେ ରାଣୀ ହୋଇଥିଲେ । ଏହି ରାଜ-ଦମ୍ପତିଙ୍କର ଦୁଇ ଝିଅ ଅଛନ୍ତି । ଲିଓନର ୨୦୦୫ ଓ ସୋଫିଆ ୨୦୦୭ରେ ଜନ୍ମଗ୍ରହଣ କରିଥିଲେ । ସ୍ପେନ୍‌ର ଆଇନ ଅନୁସାରେ, ସିଂହାସନର ଉତ୍ତରାଧିକାରୀଙ୍କୁ ସେମାନଙ୍କ ଭବିଷ୍ୟତର ଭୂମିକା ପାଇଁ ପ୍ରସ୍ତୁତି ନିମନ୍ତେ ସ୍ଥଳସେନା, ନୌସେନା ଓ ବାୟୁସେନାର ତାଲିମ ନେବାକୁ ପଡ଼ିବ । ଲିଓନର ୱେଲ୍‌ସରେ ୟୁଡବ୍ଲ୍ୟୁସି ଆଟ୍ଲାଣ୍ଟିକ୍ କଲେଜରୁ ଇଣ୍ଟରନ୍ୟାସନାଲ ବାକାଲରେଟ୍ ଡିପ୍ଲୋମା ଜରିଆରେ ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ । ଦେଶର ଭାବୀ କମାଣ୍ଡର-ଇନ୍-ଚିଫ୍ ଭବେ ୨୦୨୩ରୁ ସେ ସାମରିକ ତାଲିମ ନେଉଛନ୍ତି । ସେ ସ୍ପାନିଶ୍ ସମେତ କାଟାଲାନ, ଇଂରାଜୀ, ଫ୍ରେଞ୍ଚ୍ ଆରବିକ୍ ଓ ମାଣ୍ଡାରିନ୍ ଭଳି ଅନେକ ଭାଷାରେ ପାରଙ୍ଗମ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme