Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାଙ୍ଗିଲା ସ୍ୱପ୍ନ, ‘ମେଟା’ ତିଆରି କରିଥିବା ୧୦୦୦ କର୍ମଚାରୀଙ୍କୁ ଛଟେଇ

Posted on January 15, 2026

ଆମେରିକାର ଟେକ୍ କମ୍ପାନୀ ‘ମେଟା’ ୨୦୨୬ ର ଆରମ୍ଭରୁ ନିଜର ରିଏଲିଟି ଲାବ୍ ଡିଭିଜନ୍‌ରେ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ବାହାର କରିଦେଇଛି। ଏହି ଖବର ଖବର ଚାକିରୀ ଛଟେଇ ନୁହେଁ, ବଂର ଏକ ବଡ଼ ଇଶାରା ଯେ, ‘ମେଟା’ କେଉଁ ଦିଗକୁ ଯାଉଛି। ‘ରିଏଲିଟି ଲାବ୍’ ହେଉଛି ସେହି ୟୁନିଟ୍ ଯାହାକି ‘ଭର୍ଚୁଆଲ ରିଏଲିଟି’ ଏବଂ ଏକ୍ସଟେଣ୍ଡ ରିଏଲିଟି ଭଳି ଟେକ୍ନୋଲୋଜି ଉପରେ କାମ କରୁଥିଲା। କମ୍ପାନୀର କୋ-ଫାଉଣ୍ଡର ଏବଂ ସିଇଓ ମାର୍କ ଜକରବର୍ଗ ପୁରା କମ୍ପାନୀର ନାଁ ଫେସବୁକ୍‌କୁ ‘ମେଟା’ କରିଦେଇଥିଲେ। ଏହା ସହ ‘ମେଟାଭର୍ସ’ ଉପରେ ବିଲିୟନ ଡଲାର ନିବେଶ କରିଥିଲା। ତେବେ ଏକ୍ସପର୍ଟଙ୍କ ମତରେ ‘ମେଟାଭର୍ସ’ ଏକ ବବଲ୍ ଭଳି ଥିଲା, ଯାହାଫଳରେ କମ୍ପାନୀ ଏବେ ଅଲଗା ଡାଇରେକ୍ସନକୁ ଯାଉଛି।

ମେଟା ରିଆଲିଟି ଲ୍ୟାବ୍‌ ପ୍ରାୟ ୧୦%ରୁ ଅଧିକ ଷ୍ଟାଫଙ୍କୁ ବାହାର କରିବାର ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଏବେ ସ୍ପଷ୍ଟ ହୋଇଛି ଯେ,କମ୍ପାନୀ ଏବେ ‘ମେଟାଭର୍ସ’ ପ୍ରୋଜେକ୍ଟ ଉପରେ ସେତିକି ବଡ଼ ଭରସା କରିପାରୁନି। ଏହି ପରିବର୍ତ୍ତନ ବ୍ୟତୀତ ଅଲଗା ଅଲଗା ଟିମ୍ ଓ ପ୍ରଡକ୍ଟକୁ ପ୍ରଭାବିତ କରୁଛି। ବିଶେଷ ଭାବରେ ସେହି ଲୋକ ଯେଉଁମାନେ ‘ମେଟା’ର ଭିଆର ହେଡସେଟ୍, ହରିଜନ୍ ଓ୍ବାର୍ଲ୍ଡ ଭଳି ମେଟାଭର୍ସ ପ୍ଲାଟଫର୍ମ ଏବଂ ଅନ୍ୟ କିଛି ଇମର୍ସିଭ ଗେମିଂ ଷ୍ଟୁଡିଓରେ କାମ କରୁଥିଲେ। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଏହି ଛଟେଇ କମ୍ପାନୀର ହାର୍ଡୱେୟାର ଏବଂ ମେଟାଭର୍ସ ପ୍ରକଳ୍ପରେ ଜଡିତ ପ୍ରାୟ ୧୦% କର୍ମଚାରୀଙ୍କୁ ପ୍ରଭାବିତ କରିବ। ଏହି ଛଟେଇ ମେଟାର VR ଗେମିଂ ଏବଂ ଭର୍ଚୁଆଲ୍ ସୋସିଆଲ ନେଟୱାର୍କ ପ୍ରୋଜେକ୍ଟ ଉପରେ ସର୍ବାଧିକ ପ୍ରଭାବ ପକାଇଛି। କ୍ୱେଷ୍ଟ ଭିଆର ହେଡସେଟ୍, ହରାଇଜନ୍ ୱାର୍ଲ୍ଡସ୍ ଏବଂ ଅନେକ ସମ୍ପୃକ୍ତ ଗେମିଂ ଷ୍ଟୁଡିଓରେ ଚାକିରି କାଟ୍ କରି ଦିଆଯାଇଛି। ସୂଚନା ଅନୁଯାୟୀ, ଆର୍ମେଚର ଷ୍ଟୁଡିଓ, ଟ୍ୱିଷ୍ଟେଡ୍ ପିକ୍ସେଲ ଏବଂ ସାନଜାରୁ ଭଳି ଭିଆର ଷ୍ଟୁଡିଓ ଗୁଡ଼ିକୁ ବନ୍ଦ କରାଯାଉଛି। ସେଭଳି ଅନ୍ୟ କିଛି ୟୁନିଟରେ କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରାଯାଉଛି।

ଏହି ଛଟେଇ ବୁଧବାର ସକାଳେ ଆରମ୍ଭ ହୋଇଛି। ଏହା ବିଷୟରେ କମ୍ପାନୀର ନିଜର ଇନସାଇଡ୍ ମେସେଜ୍‌ରେ ମଧ୍ୟ କହିଛି। ଏହି ପରିବର୍ତ୍ତନ ପରେ ଲିଙ୍କଡିନ୍ ଭଳି ପ୍ଲାଟଫର୍ମରେ ମେଟାର ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ‘ଓପନ ଟୁ ଓ୍ବାର୍କ’ ପୋଷ୍ଟ ବହୁ ମାତ୍ରାରେ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ,ବହୁ ଅନୁଭବୀ ଟେକ୍ ପ୍ରଫେସନାଲ ଏବେ ନୂଆ ଚାକିରୀ ସନ୍ଧାନରେ ଅଛନ୍ତି। ଚଳିତ ସପ୍ତାହ ଲିଙ୍କଡିନ୍ରେ ହଜାର ହଜାର ଓପନ୍ ଟୁ ଓ୍ବାର୍କ ପୋଷ୍ଟ ଭାଇରାଲ ହେଉଛି। ଯାହାକି ଦର୍ଶାଉଛି ଯେ, ଏହା କେବଳ ଏକ କମ୍ପାନୀର ଚାକିରୀ ଛଟେଇ ନୁହେଁ, ବଂର ପୁରା ଟେକ୍ ସେକ୍ଟରରେ ପରିବର୍ତ୍ତନ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme