Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରମ୍ପଙ୍କ ବଡ଼ ଧମକ! ରକ୍ତପାତ ବନ୍ଦ ନହେଲେ ହେବ ଭୟଙ୍କର ପରିଣାମ

Posted on January 14, 2026

ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଜନ ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଇରାନ ସରକାର ନିଜ ନାଗରିକଙ୍କ ଉପରେ କରୁଥିବା ଦମନଲୀଳାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଜାରି ରହେ, ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ଡେଟ୍ରଏଟରେ ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଇରାନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ଇରାନରେ ଚାଲିଥିବା ଏହି ପ୍ରତିବାଦ ଏବେ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ଏହା ସାରା ଦେଶକୁ ବ୍ୟାପିବାରେ ଲାଗିଛି। ମାନବାଧିକାର ସଂଗଠନର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯ ଜଣ ଶିଶୁଙ୍କ ସମେତ ଅତିକମରେ ୫୦୫ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଲେଣି। ଏହା ବ୍ୟତୀତ ୧୩୩ ଜଣ ସୁରକ୍ଷା ବାହିନୀ ସଦସ୍ୟ ଓ ଜଣେ ପବ୍ଲିକ ପ୍ରସିକ୍ୟୁଟରଙ୍କ ମୃତ୍ୟୁ ଘଟିଛି। ଟ୍ରମ୍ପ କହିଛନ୍ତି ଯେ ସେ ହ୍ବାଇଟ ହାଉସ ଫେରିବା ପରେ ହତ୍ୟା ଓ ମୃତ୍ୟୁଦଣ୍ଡ ସମ୍ପର୍କିତ ରିପୋର୍ଟର ସଠିକ ସମୀକ୍ଷା କରିବେ। ଇରାନରେ ହଜାର ହଜାର ଲୋକଙ୍କୁ ହତ୍ୟା କରାଯିବା ଘଟଣାକୁ ସେ ଅତ୍ୟନ୍ତ ଚିନ୍ତାଜନକ ବୋଲି ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ୧୮୭ଟି ସହରର ୬୦୬ରୁ ଅଧିକ ସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ଇରାନ ଇତିହାସର ସବୁଠାରୁ ବଡ଼ ଜନ ଆନ୍ଦୋଳନ କୁହାଯାଉଛି। ଏହି ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଦୁଇ ଭାଗରେ ବିଭାଜିତ ହୋଇଛି। କିଛି ଦେଶ ଏହାକୁ ବିଦେଶୀ ହସ୍ତକ୍ଷେପ କହୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ଇରାନ ସରକାରଙ୍କ ଦମନନୀତିକୁ ତୀବ୍ର ନିନ୍ଦା କରିଛନ୍ତି। ୱାଶିଂଟନର ଏହି କଡ଼ା ଆଭିମୁଖ୍ୟ ପରେ ଆଗାମୀ ଦିନରେ ଇରାନ ଉପରେ ଆଉ କିଛି ଆର୍ଥିକ କିମ୍ବା କୂଟନୈତିକ କଟକଣା ଲାଗୁ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme