Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେଜେମା ପାଇଁ ଫେରିଲା ନାତୁଣୀ, ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର

Posted on January 14, 2026

ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି ।

ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର ଗାଁର ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜର ଏକ ମାସର ଝିଅକୁ ୩୫ ହଜାର ଟଙ୍କାରେ କଟକରେ ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜେଜେ ମାଆ ସାବିତ୍ରୀ ଦାସ ଥାନାରେ ଜଣାଇବା ପରେ ପୋଲିସ ଗତକାଲି ତୁରନ୍ତ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ଏବଂ ଶାଶୂଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ସେମାନେ ଶିଶୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ମାନିଥିଲେ ।

ଗତ କାଲି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ଥାନା ପୋଲିସ ଟିମ କଟକ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଆଣିଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ ଧାର ଟଙ୍କା ଶୁଝିବା ପାଇଁ ବାପା ମାଆ ନିଜର ଏକ ମାସର ଶିଶୁ କନ୍ୟାକୁ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme