Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେଜେମା ପାଇଁ ଫେରିଲା ନାତୁଣୀ, ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର

Posted on January 14, 2026

ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି ।

ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର ଗାଁର ସିପୁ ଦାସ ଓ ତାଙ୍କ ସ୍ତ୍ରୀ ନିଜର ଏକ ମାସର ଝିଅକୁ ୩୫ ହଜାର ଟଙ୍କାରେ କଟକରେ ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜେଜେ ମାଆ ସାବିତ୍ରୀ ଦାସ ଥାନାରେ ଜଣାଇବା ପରେ ପୋଲିସ ଗତକାଲି ତୁରନ୍ତ ସିପୁ ଦାସ ଓ ତାଙ୍କ ସ୍ତ୍ରୀ ଏବଂ ଶାଶୂଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ସେମାନେ ଶିଶୁ ଜଣେ ସମ୍ପର୍କୀୟଙ୍କୁ ବିକି ଦେଇଥିବା ମାନିଥିଲେ ।

ଗତ କାଲି ସନ୍ଧ୍ୟାରେ ଭଣ୍ଡାରିପୋଖରୀ ଥାନା ପୋଲିସ ଟିମ କଟକ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଆଣିଛି । ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ ଧାର ଟଙ୍କା ଶୁଝିବା ପାଇଁ ବାପା ମାଆ ନିଜର ଏକ ମାସର ଶିଶୁ କନ୍ୟାକୁ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme