Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ଯୁବକ ମୃତ

Posted on October 6, 2025

ଜୁଆ ଆଡ୍ଡା ଟଙ୍କା ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କାଳିଆ ରେଡ୍ଡୀ ବୋଲି ଜଣାପଡ଼ିଛି। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଗାଁର ଋଷିକୁଲ୍ୟା ନଦୀ ପଠାରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା । ଗ୍ରାମର କିଛି ଯୁବକ ଏହାକୁ ଚଳାଇଥିବା ବେଳେ ଗତ ରାତିରେ ଖେଳରୁ ବାହାରିଥିବା ଟଙ୍କା ଭାଗ ବଣ୍ଟାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କାଳିଆ ରେଡ୍ଡୀ ଗୁରୁତର ଆହତ ହେବା ପରେ ତାଙ୍କୁ ନିକଟସ୍ଥ ଆସିକା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ହିଞ୍ଜିଳି ନିକଟରେ କାଳିଆଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଧରାକୋଟ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି। ଖୁବ୍ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ଧରାପଡ଼ିବେ ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme