
ନୟାଗଡ ଜିଲ୍ଲାର ଗଣିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟା ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।
ସୂଚନା ମୁତାବକ, ଲାଞ୍ଜିଗଡ଼ରୁ ଭୁବନେଶ୍ୱରକୁ ଯାଉଥିବା ବୁଲବୁଲ ନାମକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଭୋର ୩ଟା ସମୟରେ ବସଟି ଗଣିଆ ଥାନା ଅନ୍ତର୍ଗତ ଆଡକଟା ଠାରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଗାଡିର ବେଗ ଏତେ ପ୍ରଖର ଥିଲା ଯେ ବସଟି ରାସ୍ତା ଠାରୁ ୨୦୦ମିଟର ତଳକୁ ଖସି ପଡିଥିଲା । ରାସ୍ତାକୁ ଲାଗି ରହିଥିବା ପୋଲ ଓ ତାଳ ଗଛକୁ ବାଡ଼େଇ ବିଲ ଭିତରରେ ଓଲଟି ପଡିଥିଲା । ଖବରପାଇ ଘଟଣାସ୍ଥଳରେ ଗଣିଆ ଥାନ ଏଏସଆଇ ଓ ପୁଲିସ କର୍ମଚାରୀ, ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି । ଘଟଣାରେ କୌଣସି ଯାତ୍ରୀ, ଡ୍ରାଇଭର ଓ ହେଲ୍ପରଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ଲୋକଙ୍କୁ ଉଦ୍ଧାର କରିଛନ୍ତି ।
