Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହ୍ୟୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତା ଚୌଧୁରୀ ଓ ସୋମେଶଙ୍କୁ ମିଳିଲା ହାଇକୋର୍ଟଙ୍କ ସୁରକ୍ଷା।

Posted on January 13, 2026

ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରକାଶ ପାଇଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ସୋମେଶ ଶତପଥୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନରେଟ ପୋଲିସ ସେମାନଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଅର୍ପିତା ଓ ସୋମେଶଙ୍କ ପକ୍ଷରୁ ଦାୟର କରାଯାଇଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏହି ମାମଲାର ‘କେସ୍ ଡାଏରୀ’ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହ୍ୟୁମାନଙ୍କ ମା’ ତଥା ଏତଲାକାରୀ ସେଫାଳି ସୁନାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ସହ ତାଙ୍କୁ ନୋଟିସ ଜାରି କରିଛନ୍ତି ମାନ୍ୟବର ଅଦାଲତ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୧ ତାରିଖରେ ହ୍ୟୁମାନ ସାଗରଙ୍କ ମା’ ସେଫାଳି ସୁନା କଟକର ମର୍କତନଗର ଥାନାରେ ଏକ ଏତଲା ଦାୟର କରିଥିଲେ। ପୁଅର ମୃତ୍ୟୁ ପାଇଁ ସେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀଙ୍କ ସମେତ ୯ ଜଣ ବ୍ୟକ୍ତିଙ୍କୁ ଦାୟୀ କରିଥିଲେ। ଗିରଫଦାରୀ ଏଡ଼ାଇବା ପାଇଁ ଉଭୟ ଅର୍ପିତା ଓ ସୋମେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୧୬ ତାରିଖ ଧାର୍ଯ୍ୟ କରିଛନ୍ତି। ସେପର୍ଯ୍ୟନ୍ତ ଉଭୟଙ୍କୁ ଗିରଫ କରାଯାଇପାରିବ ନାହିଁ, ଯାହା ସେମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଭାବେ ବିବେଚନା କରାଯାଉଛି। ଏହି ମାମଲାଟି ବର୍ତ୍ତମାନ କେଉଁ ମୋଡ଼ ନେଉଛି, ତାହା କେସ୍ ଡାଏରୀ ଦାଖଲ ପରେ ସ୍ପଷ୍ଟ ହେବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme