Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସହ୍ୟ ଜାଡ଼ରେ କଲବଲ ରାଜ୍ୟବାସୀ, ୧୮ ଯାଏ ଜାରି ରହିବ ଶୀତ ପ୍ରକୋପ

Posted on January 13, 2026

ଆକାଶରୁ ମେଘ ହଟିବା ପରେ ରାଜ୍ୟରେ ପୁଣି ରାତି ତାପମାତ୍ରା କମିଛି । ପାଣିପାଗ ଆକଳନ କହୁଛି, ପାରଦ ଆହୁରି ଖସିବ । ପବିତ୍ର ମକର ସଂକ୍ରାନ୍ତିରେ ଥଣ୍ଡା ପ୍ରକୋପ ସାଂଘାତିକ ରହିବ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ । ତା’ପରେ କ୍ରମଶଃ ଶୀତ କମି ତାପମାତ୍ରା ବଢ଼ିପାରେ ।

ରାଜ୍ୟରେ ପୁଣି ଶୀତ ସାମାନ୍ୟ ବଢ଼ିଛି । ରବିବାର ରାତିରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ଫୁଲବାଣୀ ୬.୮, ଦାରିଙ୍ଗିବାଡ଼ି ୭, ଝାରସୁଗୁଡ଼ା ୭, ରାଉରକେଲା ୬.୭, ସୁନ୍ଦରଗଡ଼ ୯, କିରେଇ ୮.୮, ଅନୁଗୁଳ ୯.୬, ବୌଦ୍ଧ ୯.୮, ଚିପିଲିମା ୯.୪, ନବରଙ୍ଗପୁର ୯, ଭବାନୀପାଟଣା ୧୦, କେନ୍ଦୁଝର ୧୦, ବାରିପଦା ୧୧, ରାଣୀତାଲ ୧୦.୯, କଟକ ୧୧.୪, ଭୁବନେଶ୍ୱର ୧୨.୩, ଖୋର୍ଦ୍ଧା ୧୨ ଡିଗ୍ରୀ ଥିଲା । ପୂର୍ବ ରାତି ତୁଳନାରେ ଉପକୂଳ ଓଡ଼ିଶାରେ ସାଢ଼େ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଥିବା ବେଳେ ମଧ୍ୟ ଭାରତ ଉପରେ ଗୁରୁଚାପ ବଳୟ ରହିଛି । ଏହା ପ୍ରଭାବରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ । ପାରଦ ପ୍ରାୟ ୩ରୁ ୪ ଡିଗ୍ରୀ କମିପାରେ ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ ହେଲା, ବର୍ତ୍ତମାନ ତାପମାତ୍ରାରେ ୪-୫ ଦିନ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ମଙ୍ଗଳବାର ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧରେ ଶୀତ ଲହରି ଅନୁଭୂତ ହୋଇପାରେ।

ସେହିପରି ବୁଧବାର ରାତିରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ବୌଦ୍ଧରେ ଶୀତ ପ୍ରକୋପ ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଆକଳନ କରିଛି, ୧୩ ତାରିଖରେ ଉପକୂଳ ଓଡ଼ିଶାରେ ପାରଦ ୧ ଡିଗ୍ରୀ କମିବ । ୧୪ ତାରିଖରେ ପାରଦ ବେଶି ନିମ୍ନଗାମୀ ହେବା ସହ କଟକରେ ୧୦ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧ ଡିଗ୍ରୀକୁ ଆସିପାରେ । ୧୫ରେ କଟକ ଓ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme