
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇ ସ୍କୁଲ ସମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୋଳ ପୋଲିସ । ଏହି ଘଟଣା ରେ ୭ ଜଣ ଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁସାରେ, ବେପାରୀ ମାନେ ଦିନ ଦ୍ବିପ୍ରହର ସମୟରେ ବ୍ରାଉନସୁଗାର କୁ ଚିଟ୍ ମାଧ୍ୟମରେ ପୁଡ଼ିଆ କରି ସହରରେ ବିକ୍ରି କରିବା କୁ ଯୋଜନା କରୁଥିବେ ବେଳେ ଟାଉନ ପୋଲିସ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୭ ଜଣ ଙ୍କୁ ଅଟକ ରଖିବା ସହ ୭ ଗୋଟି ମୋବାଇଲ ଫୋନ ୨୨୦୦ ଟଙ୍କା ଏବଂ ଚିଟ୍ ପେପର କୁ ଜବତ କରିଥିଲା। ବାଲେଶ୍ୱର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବା ନେଇ ପୋଲିସ ସୂଚନା ଦେଇଛି ।
