Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମରୁ ଇମେଲ୍ ଆସିଛି କି ? ଓପନ କରିବା ପୂର୍ବରୁ ଜାଣନ୍ତୁ ସତ

Posted on January 12, 2026

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମ ପକ୍ଷରୁ ପାସୱାର୍ଡ ରିସେଟ୍ କରିବାକୁ ମେଲ୍ ଆସିଛି କି? ଯଦି ଉତ୍ତର ହଁ, ତେବେ ଆପଣ ଏକା ନୁହଁନ୍ତି। ଗତ କିଛି ଦିନ ଧରି, ସାରା ବିଶ୍ୱର ୟୁଜର୍ସଙ୍କ ପାଖକୁ ଏପରି ଇମେଲ୍ ଆସୁଛି, ଯେଉଁଥିରେ ପାସୱାର୍ଡ ରିସେଟ୍ କରିବାର ନୋଟିଫିକେସନ୍ ଥାଏ। ଏନେଇ ଏବେ, ଇନଷ୍ଟାଗ୍ରାମ୍ ସଫେଇ ଦେଇଛି।

ଇନଷ୍ଟାଗ୍ରାମ ଏହାର କାରଣ ବ୍ୟାଖ୍ୟା କରି କହିଛି ଯେ ଏହା ଏକ ଯାନ୍ତ୍ରିକ ସମସ୍ୟା ଥିଲା। ଯାହା ଯୋଗୁଁ ଏକ ଆଉଟସାଇଡ୍ ପାର୍ଟି ପାସୱାର୍ଡ ରିସେଟ୍ ରିକ୍ୱେଷ୍ଟ ଟ୍ରିଗର କରୁଥିଲା। କମ୍ପାନୀ ୟୁଜର୍ସଙ୍କୁ ଆଶ୍ୱାସନା ଦେଇଛି ଯେ ଏହାର ଇଣ୍ଟରନାଲ୍ ସିଷ୍ଟମ ଉଲ୍ଲଂଘନ ହୋଇନାହିଁ ଏବଂ ୟୁଜର୍ସଙ୍କ ଆକାଉଣ୍ଟ ସୁରକ୍ଷିତ ଅଛି। ଇନଷ୍ଟାଗ୍ରାମ ଏକ ବିବୃତ୍ତିରେ କହିଛି ଯେ ସମସ୍ୟାର ସମାଧାନ କରାଯାଇଛି ଏବଂ ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ସମ୍ପୂର୍ଣ୍ଣ ସୁରକ୍ଷିତ। ଆପଣ ପାସୱାର୍ଡ ରିସେଟ୍ ରିକ୍ୱେଷ୍ଟ ଇମେଲକୁ ଅଣଦେଖା କରିପାରିବେ।

ତେବେ ଗତ କିଛି ଦିନ ମଧ୍ୟରେ ସାରା ବିଶ୍ୱରେ ହଜାର ହଜାର ୟୁଜର୍ସ ଏପରି ଇମେଲ୍ ପାଇଛନ୍ତି। ପ୍ରାରମ୍ଭରେ, ଅନେକ ୟୁଜର୍ସ ଭାବିଥିଲେ ଯେ ଏହା ଏକ ହ୍ୟାକିଂ ପ୍ରୟାସ କିମ୍ବା ଡାଟା ଲିକ୍ ହୋଇପାରେ। ଆଉ କେହି କେହି ଏହାକୁ ଫିସିଂ କ୍ୟାମ୍ପେନ ହୋଇପାରେ, ଯେଉଁଥିରେ ସ୍କାମରମାନେ ଡାଟା ଚୋରି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହୁଥିଲେ। ଯାହାକୁ ନେଇ ଇନଷ୍ଟାଗ୍ରାମ ଏବେ ସ୍ପଷ୍ଟ କରିଛି।

ଏକ ରିପୋର୍ଟ ଅନୁଯାୟୀ, ସାଇବର ଅପରାଧୀମାନେ ପ୍ରାୟ ୧୭ ନିୟୁତ ଇନଷ୍ଟାଗ୍ରାମ ଆକାଉଣ୍ଟର ୟୁଜରନେମ, ଭୌତିକ ଠିକଣା, ଫୋନ୍ ନମ୍ବର, ଇମେଲ୍ ଠିକଣା ଇତ୍ୟାଦି ସମ୍ବେଦନଶୀଳ ସୂଚନା ଚୋରି କରିଛନ୍ତି ଏବଂ ଏବେ ଏହାକୁ ନକଲି ଇମେଲ୍ ଏବଂ ମେସେଜ୍ ପାଇଁ ବ୍ୟବହାର କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme