Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 

Posted on January 12, 2026

ଚିଲଙ୍କ ପାଇଁ ଚିକେନ୍‌ ଭୋଜି, ଚିଲଙ୍କୁ ଚିକେନ୍‌ ଖୁଆଇବେ ଦିଲ୍ଲୀ ସରକାର

ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଭବ୍ୟ ଏୟାର ଶୋ’ ସମୟରେ ଆକାଶକୁ ଚିଲ ଭଳି ପକ୍ଷୀଙ୍କଠାରୁ ମୁକ୍ତ ରଖିବାକୁ ଦିଲ୍ଲୀର ବନ ବିଭାଗ ଚଳିତବର୍ଷ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ଏହି ସମୟରେ ଚିଲଙ୍କୁ ୧୨୭୦ କିଲୋ ବୋନଲେସ୍ ଚିକେନ୍ ଖୁଆଯିବାର ବ୍ୟବସ୍ଥା କରାଯାଇଛି ।

ପ୍ରକୃତ କଥା ହେଲା, ଏୟାର ଶୋ’ ସମୟରେ କମ୍ ଉଚ୍ଚତାରେ ଲଢ଼ୁଆ ବିମାନଗୁଡିକ ଉଡ଼ାଣ ଭରିବାବେଳେ ଖାଦ୍ୟ ସନ୍ଧାନରେ ଆକାଶରେ ଘୂରିବୁଲୁଥିବା ପକ୍ଷୀ ବିଶେଷକରି ଚିଲ ସେମାନଙ୍କ ଗତିପଥରେ ଆସିଗଲେ ବିପଦ ସୃଷ୍ଟି ହୋଇପାରେ । ଏଭଳି ସ୍ଥଳରେ ଚିଲଙ୍କୁ ବିମାନ ରୁଟ୍‌ଠାରୁ ଦୂରରେ ଅନ୍ୟ ନିର୍ଦ୍ଧାରିତ ସ୍ଥାନରେ ଖାଦ୍ୟର ଲୋଭ ଦେଖାଯାଇ ବ୍ୟସ୍ତ ରଖାଯିବ । ଯେପରିକି ସେମାନେ ବିମାନ ରାସ୍ତାରେ ଆସିବେ ନାହିଁ । ଏଥିଲାଗି ଲାଲକିଲ୍ଲା, ଜାମା ମସ୍‌ଜିଦ୍ ଏବଂ ରାଜପଥ ସମେତ ଦିଲ୍ଲୀର ୨୦ ସମ୍ବେଦନଶୀଳ ଅଞ୍ଚଳରେ ଚିଲଙ୍କୁ ଚିକେନ୍ ଖାଇବାକୁ ଦିଆଯିବାକୁ ଯୋଜନା ହୋଇଛି ।

ଏହି କାର୍ଯ୍ୟ ଜାନୁଆରୀ ୧୫-୨୬ ତାରିଖ ମଧ୍ୟରେ ଚାଲିବ । ପୂର୍ବରୁ ଚିଲଙ୍କୁ ବିମାନ ଗତିପଥରୁ ଦୂରେଇ ରଖିବାକୁ ମଇଁଷି ମାଂସ ବ୍ୟବହାର କରାଯାଉଥିଲା । ଚଳିତଥର ପ୍ରଥମ ଥର ପାଇଁ ‘ବୋନଲେସ୍ ଚିକେନ୍’ ଦେବାକୁ ଯୋଜନା ହୋଇଛି । ବନ୍ୟଜୀବ ପରିଚାଳନା ଏବଂ ଗଣତନ୍ତ୍ର ଦିବସ ସମାରୋହର ସୂଚାରୁ ସଞ୍ଚାଳନ ମଧ୍ୟରେ ସନ୍ତୁଳନ ରଖିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme