Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମା’ ଧାମରଈଙ୍କ ମକର ମେଳା ପୂର୍ବରୁ ବିବାଦ: ଅର୍ଥ ଆତ୍ମସାତ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Posted on January 11, 2026

ଭଦ୍ରକ ଜିଲ୍ଲା ଧାମରାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଧାମରଈଙ୍କ ଆଗାମୀ ମକର ମେଳାକୁ ନେଇ ଏବେ ଅଶାନ୍ତି ଦେଖାଦେଇଛି। ମେଳା ପ୍ରସ୍ତୁତି ସମୟରେ ପରିଚାଳନା କମିଟିର ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ମନ୍ଦିର କମିଟି ଦ୍ଵାରା ଅର୍ଥ ଆତ୍ମସାତ କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଛି।

ଧାମରା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ମକର ମେଳା ସମୟରେ ବିପୁଳ ପରିମାଣର ଅର୍ଥ ଆୟ ହୋଇଥାଏ। କିନ୍ତୁ ଏହି ଅର୍ଥ ମା’ଙ୍କ କାର୍ଯ୍ୟରେ କିମ୍ବା ମନ୍ଦିରର ଉନ୍ନତିରେ ନଲାଗି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହାକୁ ହରିଲୁଟ୍ କରୁଛନ୍ତି। ଗ୍ରାମବାସୀମାନେ ମନ୍ଦିର କମିଟି ଉପରେ ବର୍ଷିବା ସହ ସ୍ୱଚ୍ଛତା ରକ୍ଷା ପାଇଁ ଦାବି କରିଛନ୍ତି। ଏହି ମର୍ମରେ ଗତ ଡିସେମ୍ବର ୨୪ ତାରିଖରେ ବାପୁଜୀ ମାଝୀ ଓ ମନୋଜ ମାଝୀଙ୍କ ନେତୃତ୍ୱରେ ୫୦ରୁ ଅଧିକ ଲୋକ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ପରିଚାଳନା କମିଟିର ସଭାପତି ଓ ସମ୍ପାଦକ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି। ସେମାନଙ୍କ କହିବା କଥା ଯେ, ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଉଛି ଏବଂ ଅର୍ଥ କାରବାରରେ କୌଣସି ଅନିୟମିତତା ହୋଇନାହିଁ। କିଛି ଲୋକ ବ୍ୟକ୍ତିଗତ ସ୍ୱାର୍ଥ ରଖି ମେଳା ପୂର୍ବରୁ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି।
ମକର ମେଳା ପାଖେଇ ଆସୁଥିବା ବେଳେ ଏହି ଗୋଷ୍ଠୀ କନ୍ଦଳ ଶ୍ରଦ୍ଧାଳୁଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme