Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ସରକାର ବିରୋଧୀ ପ୍ରଦର୍ଶନ, ଆନ୍ଦୋଳନ ଦମନ ଲାଗି ସେନାକୁ ନିର୍ଦ୍ଦେଶ

Posted on January 11, 2026

ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏଥିରେ ଏପର୍ଯ୍ୟନ୍ତ ୨୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ରାଜଧାନୀ ତେହେରାନର ୬ଟି ହସ୍ପିଟାଲରେ ୨୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ମୃତ୍ୟୁ ଗୁଳି ଲାଗିବାରୁ ହୋଇଛି । ପ୍ରଦର୍ଶନକୁ ଦବାଇବା ଲାଗି ରାଜଧାନୀ ସମେତ ଅନେକ ସହରରେ ସେନା ବା ରିଭୋଲ୍ୟୁସନାରୀ ଗାର୍ଡ ମୁତୟନ କରାଯାଇଛି । ସେନା ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିଥିବାର ସୂଚନା ମିଳିଛି ।

ଦେଶର ଅନ୍ୟାନ୍ୟ ସ୍ଥାନରୁ ମୃତାହତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ସେନାର ଜଣେ ବରିଷ୍ଠ ଅଧିକାରୀ ଟିଭି ଚ୍ୟାନେଲରେ ପ୍ରଦର୍ଶନକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ପିତାମାତାମାନେ ସେମାନଙ୍କ ପିଲାଙ୍କୁ ପ୍ରଦର୍ଶନରୁ ଦୂରେଇ ରଖନ୍ତୁ । ନଚେତ ସେମାନଙ୍କ ଦେହରେ ଗୁଳି ଲାଗିବ । ପରେ ଆଉ ଅଭିଯୋଗ କରିବେ ନାହିଁ । ଆନ୍ଦୋଳନରେ ସାମିଲ ଅଧିକାଂଶ ହେଉଛନ୍ତି ଯୁବପିଢ଼ି । ତେବେ ପ୍ରଦର୍ଶନକୁ ଦୃଢ଼ ହସ୍ତରେ ଦମନ କରିବାକୁ ଆଦେଶ ଦିଆଯାଇଛି । ଫଳରେ ସେନା ଗୁଳି ଚଳାଉଛି ।

ସେପଟେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇରାନ ସରକାର ଦେଶବ୍ୟାପୀ ଇଣ୍ଟରନେଟ ଓ ଟେଲିଫୋନ୍‌ ସେବାକୁ ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡିବ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବ । ଇସ୍ରାଏଲ ସହ ସଂଘର୍ଷ, ଆନ୍ତର୍ଜାତିକ ବାସନ୍ଦ, ନିମ୍ନମୁଖୀ ଅର୍ଥବ୍ୟବସ୍ଥା, ବିଜୁଳି ଓ ପାଣି ଭଳି ସଙ୍କଟ ସହ ଇରାନ ସଂଘର୍ଷ କରୁଥିବା ବେଳେ ଏହି ଆନ୍ଦୋଳନ ଯୋଗୁ ଦେଶ ଆହୁରି ସଙ୍କଟ ମଧ୍ୟକୁ ଚାଲିଯାଇଛି । ଦରଦାମ ବୃଦ୍ଧିକୁ ନେଇ ଇରାନରେ ଗତ ଡିସେମ୍ବରରୁ ଜେନ୍‌-ଜି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme