Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥରୁଛି ଉତ୍ତରାଖଣ୍ଡ, ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ

Posted on January 11, 2026

ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଜାଡ଼ରେ ଲୋକେ ଥରୁଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତର ଭାରତରେ ଶୀତର ପ୍ରକୋପ ସର୍ବାଧିକ ରହିଛି । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି । ଶନିବାର ସକାଳେ ଛିଡ଼କାନୀରେ ଝରଣା ପାଣି ବରଫ ପାଲଟି ଯାଇଛି । ଚମୋଲୀ, ଉତ୍ତରକାଶୀ, ରୁଦ୍ରପ୍ରୟାଗରେ ପାଇପ୍‌ଲାଇନ୍‌ରେ ପାଣି ଜମାଟ ବାନ୍ଧିଯାଇଛି । ଫଳର ଜଳଯୋଗାଣ ପ୍ରଭାବିତ ହୋଇଛି ।

ରାଜସ୍ଥାନର ୧୩ଟି ଜିଲ୍ଲାରେ ଘନ କୁହୁଡ଼ି ଓ ଶୀତ ଲହରି ଜାରି ରହିଛି । କାଲୁଆ ପବନ ଯୋଗୁ ଥଣ୍ଡା ଆହୁରି ବଢ଼ିଛି । ବିହାରର ୩୨ ଜିଲ୍ଲାରେ ଘନ କୁହୁଡ଼ି ଛାଇଯାଇଥିଲା । ଆସନ୍ତା ସପ୍ତାହକ ପାଇଁ ଏଥିରୁ ତ୍ରାହି ମିଳିବାର ସମ୍ଭାବନା ନାହିଁ । ଉତ୍ତରପ୍ରଦେଶର ୩୦ ସହରରେ ଘନ କୁହୁଡ଼ି ହୋଇଥିଲା । ଗୋରଖପୁର, ଲକ୍ଷେ୍ନø ଓ ବାରାଣସୀ ସମେତ ତମାମ ଷ୍ଟେସନରେ ୫୦ରୁ ଅଧିକ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି । ବିମାନ ଚଳାଚଳ ବି ପ୍ରଭାବିତ ହୋଇଛି । ରାଜଧାନୀ ଦିଲ୍ଲୀରେ ଥଣ୍ଡା ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀକୁ ଖସିଆସିଛି । ଶୁକ୍ରବାର ଏହା ୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୧୧ ପରଠାରୁ ସର୍ବନିମ୍ନ ତାପମାତ୍ରା ଏତେ କମ୍‌ ହୋଇ ନ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme