Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେକର୍ଡ ଭାଙ୍ଗିଲା ୨୨ ବର୍ଷର ଶୀତ, ୯.୨ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା

Posted on January 11, 2026

ରାଜଧାନୀରେ ଗତ ୨୨ ବର୍ଷର ସର୍ବକାଳୀନ ନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ତାପମାତ୍ରା ୯.୨ ଡିଗ୍ରୀକୁ ଖସିଛି । ହାଡ଼ଭଙ୍ଗା ଶୀତରେ ଥରିଛି ରାଜଧାନୀ । ଭୁବନେଶ୍ୱରକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାତିରେ ସାମାନ୍ୟ ଝିପିଝିପି ବର୍ଷା ହୋଇଛି । ପାଣିପାଗ ବିଭାଗ ତଥ୍ୟ ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ୨୦୦୪ ମସିହା ଜାନୁଆରୀ ମାସରେ ୯.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ପରେ ଗତକାଲି ୯.୨ ଡିଗ୍ରୀ ତଳକୁ ପାରଦ ଖସିଛି । ଜାନୁଆରୀ ମାସରେ ଏହା ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଦୀର୍ଘବର୍ଷ ପରେ ଏଭଳି ଶୀତକୁ ଅନୁଭବ କରିଛନ୍ତି ଭୁବନେଶ୍ୱରବାସୀ । ରାତି ତାପମାତ୍ରା ତଳକୁ ଖସିବା ପରେ ପ୍ରବଳ ଥଣ୍ଡା ହୋଇଥିଲା । ସକାଳୁ ପାଣି ବରଫ ଭଳି ପାଲଟିଯାଇଥିଲା । ଥଣ୍ଡା ଏପରି ଅନୁଭୁତି ହୋଇଥିଲା, ସକାଳୁ ଅଘୋଷିତ କର୍ଫୁ ପରି ଲାଗୁଥିଲା । ସ୍ୱାଭାବିକ ଦିନରେ ପ୍ରାତଃ ଭ୍ରମଣ ପାଇଁ ପାର୍କଠୁ ଆରମ୍ଭ କରି ରାସ୍ତାରେ ଭିଡ଼ ଜମେ । ହେଲେ ଗତ ସପ୍ତାହେ ହେବ ପାର୍କରେ ଲୋକସଂଖ୍ୟା କମିଛି । ପ୍ରବଳ ଶୀତ ପାଇଁ ଲୋକେ ଘରୁ ବାହାରୁନାହାନ୍ତି । ଦିନ ବେଳା ବି ଥଣ୍ଡା କମୁନି । ଦିନ ବେଳା ବାହାର ତାପମାତ୍ରା ୨୭.୫ ଡିଗ୍ରୀ ରହୁଛି । ଘରେ ଏହି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମ । କମ୍ବଳ ତଳେ ଦିନ କାଟୁଛନ୍ତି ।

ସର୍ବାଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାହାରେ ଶୋଉଥିବା ଭିକ୍ଷୁକ ଶ୍ରେଣୀର ଲୋକେ । ରେଳଷ୍ଟେସନ, ରାଜମହଲ, ଲକ୍ଷ୍ମୀସାଗର ଓ ବାଣୀବିହାର ଅଞ୍ଚଳରେ ଲୋକେ ବାହାରେ ଶୋଉଛନ୍ତି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ବର୍ତ୍ତମାନ ସହର ମେଘ ମୁକ୍ତ ରହିଛି । ବାୟୁ ମଣ୍ଡଳର ପ୍ରଦୂଷଣ ମାତ୍ରା କମିଛି । ହିମାଳୟ ପଟୁ ଥଣ୍ଡା ପବନ ଘଣ୍ଟା ପ୍ରତି ୩୦ କିମି ବେଗ ରହିଛି । ତେଣୁ ଶୀତ ଅନୁଭୂତ ହେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme