Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଛ ପାଇଁ ଆନ୍ଧ୍ର ଭରସା

Posted on January 11, 2026

ମାଛ ପାଇଁ ଆନ୍ଧ୍ର ଭରସାରେ ରାୟଗଡ଼ା ଜିଲ୍ଲା । ବାର୍ଷିକ ୨୩.୮୮ ମେଟ୍ରିକ୍ ଟନ୍ ଆବଶ୍ୟକ । ଜିଲ୍ଲାର ଉତ୍ପାଦନ କ୍ଷମତା ରହିଛି ୨୧.୪୩ ମେଟ୍ରିକ ଟନ୍ । ବଳକା ୨.୪୫ ମେଟ୍ରିକ ଟନ୍ ଆନ୍ଧ୍ରରୁ ଆସୁଛି । ମାଛ ଚାଷ ଓ ପ୍ରୋତ୍ସାହନ ପାଇଁ ବିଭାଗ ତତ୍ପରତା ପ୍ରକାଶ କଲେ ଏହି ଲାଭଦାୟକ ଚାଷ ପ୍ରତି ଲୋକ ଅଧିକ ଆକୃଷ୍ଟ ହୋଇପାରିବେ ବୋଲି ରାୟଗଡ଼ାର ଚାଷୀ କହିଛନ୍ତି ।

୨୦୧୨-୧୩ ମସିହାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଗାଁ ଗାଁ ବୁଲି ମାଛ ଚାଷ ପାଇଁ ଲୋକଙ୍କୁ ବୁଝାଇଥିଲେ । ପଦ୍ମପୁର ବ୍ଲକ୍ ଗୁଡ଼ିଆବନ୍ଦର ଯୁବ ଇଞ୍ଜିନିୟର ଚାକିରି ଛାଡ଼ି ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ମାଛ ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ୧୬ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି । ତା’ ସହ ପିଜୁଳି ଚାଷ ମଧ୍ୟ କରୁଛନ୍ତି । ଉତ୍ପାଦିତ ମାଛ ଓ ପିଜୁଳି ବାହାର ରାଜ୍ୟକୁ ପଠାଉଛନ୍ତି । ୭ରୁ ୮ ଜଣଙ୍କୁ ସେ ନିଯୁକ୍ତି ଦେଇଛନ୍ତି ।

ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ୨ କୋଟି ୭୭ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏଥିସହ ବୈଜ୍ଞାନିକ ପଦ୍ଧତି ଯଥା ବାୟୋଫ୍ଲକ୍ ପ୍ରଣାଳୀ ପରି ଅନେକ ସୁବିଧା ଯୋଗାଇ ଦିଆଯାଇଛି । ତଥାପି ଜିଲ୍ଲାରେ ମାଛର ଅଭାବ ରହୁଛି । ମୁନିଗୁଡ଼ାରେ ୧୦୪, ଗୁଣପୁରରେ ୪୯, ଗୁଡ଼ାରୀରେ ୪୫, ବିଷମକଟକରେ ୨୫, ରାମନାଗୁଡ଼ାରେ ୨୩, ପଦ୍ମପୁରରେ ୨୩, ରାୟଗଡ଼ାରେ ୧୨, କୋଲନରାରେ ୭, କାଶୀପୁରରେ ୬ ଏବଂ କଲ୍ୟାଣସିଂପୁରରେ ୨ ଜଣ ଚାଷୀ ପୋଖରୀ ଖନନ କରିଥିଲେ ।

ଯୋଜନାରେ ସରକାରଙ୍କ ପକ୍ଷରୁ ୪୦ରୁ ୬୦ ପ୍ରତିଶତ ରିହାତି ସୁବିଧା ଯୋଗାଇ ଦିଆଯାଇଥିଲା । ଜିଲ୍ଲାରେ ଭିତ୍ତିଭୂମି ସହ ଜଳବାୟୁ ଅନୁକୂଳ ରହିଛି । ତଥାପି ତାହାର ସଫଳ ରୂପାୟନ ହେଉ ନାହିଁ । ବର୍ତ୍ତମାନ ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏସ୍ଏଚ୍ଜି ସଦସ୍ୟମାନେ ଠିକ୍ ସମୟରେ ଚାଷ ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇ ନ ଥିବାରୁ ଏଭଳି ସମସ୍ୟା ହୋଇଥିଲା । ଏ ସମ୍ପର୍କରେ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକ ଜିତେନ୍ଦ୍ର ବେହେରା କହିଛନ୍ତି, ଜଣେ ଦକ୍ଷ ମତ୍ସ୍ୟ ଅଧିକାରୀଙ୍କୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ମାଛ ଚାଷରେ ରାୟଗଡ଼ାକୁ ରାଜ୍ୟରେ ଏକ ନମ୍ବର କରିବାକୁ ସମସ୍ତ ଚେଷ୍ଟା କରାଯିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme