Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତି ତାପମାତ୍ରା ବଢ଼ିବ, ୧୦ ଡିଗ୍ରୀ ତଳେ ୨୮ ସହରରେ ପାରଦ

Posted on January 11, 2026

ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ । ଅର୍ଥାତ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ । ମାତ୍ର ଦୁଇଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ ଥଣ୍ଡାର ପ୍ରକୋପ । କିଛି ଦିନ ଥରାଇବ । ହେଲେ ୧୮ରୁ କ୍ରମଶଃ ରାତି ତାପମାତ୍ରା ବଢ଼ିବାକୁ ଲାଗିବ । ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।

ଶନିବାର ସନ୍ଧ୍ୟା ପରଠାରୁ ଶୀତ ପ୍ରକୋପ କିଛି ମାତ୍ରାରେ କମିଛି । ସନ୍ଧ୍ୟା ସାଢ଼େ ୮ଟାବେଳେ ଭୁବନେଶ୍ୱର ତାପମାତ୍ରା ୨୦.୪ ଡିଗ୍ରୀ ସେଲସିୟସ୍ ଥିଲା । ଶୁକ୍ରବାର ଏହି ସମୟରେ ପାରଦ ୧୪.୪ ଡିଗ୍ରୀ ଥିଲା । ଅର୍ଥାତ୍ ଶୁକ୍ରବାରଠାରୁ ୬ ଡିଗ୍ରୀ ଅଧିକ ଥିଲା ତାପମାତ୍ରା । ଦିନରେ ବି କାଲୁଆ ପବନ ପ୍ରବାହ କମ୍ ଥିଲା ପୂର୍ବାପେକ୍ଷା । ରାଜ୍ୟରେ ମାସେରୁ ଅଧିକ ସମୟ ହେବ ଥଣ୍ଡାର ଅସହ୍ୟ ପ୍ରକୋପ ଜାରି ରହିଛି । ଶୁକ୍ରବାର ରାତିରେ ଭୀଷଣ ଥଣ୍ଡାରେ ଥରିଥିଲା ସାରା ଓଡ଼ିଶା । ଶୁକ୍ରବାର ରାତିରେ ଶିମିଳିପାଳର ଉପର ବାର୍‌ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ମାଇନସ (ବିଯୁକ୍ତ) ୧ ଡିଗ୍ରୀ ସେଲସିୟସ୍ ଥିଲା । ୨୮ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା ।

ଜି.ଉଦୟଗିରିର ରାତି ତାପମାତ୍ରା ୩.୨ ଡିଗ୍ରୀ, ରାଉରକେଲା ୪.୧, ଝାରସୁଗୁଡ଼ା ୪.୫ ଡିଗ୍ରୀ ଥିଲା । ସେହିପରି ଚିପିଲିମାରେ ସର୍ବନିମ୍ନ ତାପମାତ୍ରା ୫.୫, କିରେଇ, ୫.୮, ସେମିଳିଗୁଡ଼ା ୬.୨, ଫୁଲବାଣୀ ୬, ଅନୁଗୁଳ ୬, ଦାରିଙ୍ଗିବାଡ଼ି ୬.୫, ସୁନ୍ଦରଗଡ଼ ୬.୮, କେନ୍ଦୁଝର ୭.୪, ନବରଙ୍ଗପୁର ୭.୫, ଢେଙ୍କାନାଳ ୭.୭, ରାଣୀତାଲ ୮.୨, ଭବାନୀପାଟଣା ୮.୨, ମହିଷାପାଟ ୮.୪, ବାରିପଦା ୮.୮, କଟକ, ୯, ଭୁବନେଶ୍ୱର ୯.୨, ସୋନପୁର ୯.୩, ସମ୍ବଲପୁର ୯.୪, ବୌଦ୍ଧ ୯.୫, ବଲାଙ୍ଗୀର ୯.୫, କୋରାପୁଟ ୯.୮, ବରଗଡ଼, ବାଲେଶ୍ୱର ୯.୯, ରାୟଗଡ଼ା ୧୦ ଡିଗ୍ରୀ ସେଲସିୟସ୍ ଥିଲା ।

୧୯୫୩ର ଥଣ୍ଡା ପ୍ରକୋପକୁ ଟପି ଝାରସୁଗୁଡ଼ା ୭୩ ବର୍ଷର ଶୀତ ରେକର୍ଡ ଭାଙ୍ଗିଛି । ଚଳିତବର୍ଷ ଶୀତରେ ପୂର୍ବରୁ ଦୁଇ ଥର ଝାରସୁଗୁଡ଼ା ସର୍ବକାଳୀନ ଥଣ୍ଡା ରେକର୍ଡ ଭାଙ୍ଗି ସାରିଥିବାବେଳେ ଆଜି ପୁଣି ଭାଙ୍ଗିଛି । ୨୦୦୪ ପରଠାରୁ ଏତେ ଥଣ୍ଡା ଭୁବନେଶ୍ୱରରେ କେବେ ଅନୁଭୂତ ହୋଇନଥିଲା । ୨୨ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗଥିଲା ଭୁବନେଶ୍ୱର । ଗତକାଲି ରାତିରେ ଅନୁଗୁଳରେ ସ୍ୱାଭାବିକଠାରୁ ୭.୮, ଝାରସୁଗୁଡ଼ାରେ ୭.୩, ଭୁବନେଶ୍ୱରରେ ୫.୮, କଟକରେ ୪.୫ ଡିଗ୍ରୀ କମ୍ ଥିଲା ସର୍ବନିମ୍ନ ତାପମାତ୍ରା । କେବଳ ରାତି ନୁହେଁ, ଦିନ ତାପମାତ୍ରା ବି କମ୍ ରହୁଥିବାରୁ ଘର କାଲୁଆ ଲାଗୁଛି । ଆଜି ଦାରିଙ୍ଗିବାଡ଼ିରେ ଦିନ ତାପମାତ୍ରା ୨୧, ନୟାଗଡ଼ରେ ୨୩ ଥିଲା । ଅନେକ ସ୍ଥାନରେ ଦିନ ପାରଦ ୨୫ ଡିଗ୍ରୀ ପାଖାପାଖି ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme