Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ଅବତରଣ ବେଳେ କ୍ରାସ୍ କଲା ଯାତ୍ରୀବାହୀ ବିମାନ

Posted on January 10, 2026

ରାଉରକେଲାରୁ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ ୯ ସିଟ୍ ବିଶିଷ୍ଟ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ବିମାନଟି ଅବତରଣ କରିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା କ୍ରାସ୍ କରିଥିଲା। ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ‘ଏ’ ବ୍ଲକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ବିମାନରେ ଥିବା ୪ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ ୬ ଜଣ ଆହତ ହୋଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିମାନଟି ମାତ୍ର ୧୦ କିଲୋମିଟର ଉଡ଼ାଣ ଭରିବା ପରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିମାନଟି କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ବିମାନଟି ଆବାସିକ ଅଞ୍ଚଳ ନିକଟରେ ପଡ଼ିଥିଲେ ମଧ୍ୟ କୌଣସି ପ୍ରାଣହାନି ଘଟିନାହିଁ, ଯାହା ଏକ ବଡ଼ ଆଶ୍ୱସ୍ତିର ବିଷୟ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme