Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରାଫିକ ପୋଲିସକୁ ଚକମା ଦେବାକୁ ନୂଆ ଫନ୍ଦି! ନମ୍ବର ପ୍ଲେଟ୍‌ରେ ନାଲି କପଡ଼ା ପଛର ରହସ୍ୟ କଣ?

Posted on January 10, 2026

ରାଜ୍ୟରେ ଟ୍ରାଫିକ ନିୟମକୁ ନେଇ କଡ଼ାକଡ଼ି ଯାଞ୍ଚ ଚାଲିଥିବା ବେଳେ, ଜରିମାନାରୁ ବର୍ତ୍ତିବା ପାଇଁ କିଛି ଗାଡ଼ି ଚାଳକ ଏବେ ଅଭିନବ ତଥା ବେଆଇନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ସହରର ବିଭିନ୍ନ ଛକରେ ଲାଗିଥିବା ସିସିଟିଭି (CCTV) କ୍ୟାମେରା ଆଖିରେ ଧୂଳି ଦେବା ପାଇଁ ଚାଳକମାନେ ଗାଡ଼ିର ନମ୍ବର ପ୍ଲେଟ୍ ଉପରେ ନାଲି କପଡ଼ା ଗୁଡ଼ାଇ ଦେଉଛନ୍ତି। ଏପରି କରି ସେମାନେ ଟ୍ରାଫିକ ଫାଇନ୍ରୁ ମୁକୁଳିବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଦୂଷଣ ପ୍ରମାଣପତ୍ର ବା PUCC ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ କୋହଳ ନୀତି ଆପଣାଯାଇଥିଲେ ହେଁ, ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି। ବିଶେଷ କରି ଟ୍ରିପଲ ରାଇଡିଙ୍ଗ, ବିନା ହେଲମେଟରେ ଗାଡି ଚଳାଇବା ଏବଂ ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଇବା ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ରାସ୍ତାରେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଯାଞ୍ଚ କରୁଥିବା ବେଳେ ସ୍ୱୟଂଚାଳିତ କ୍ୟାମେରା ଦ୍ୱାରା ମଧ୍ୟ ଚାଲାଣ କଟାଯାଉଛି।

ତେବେ ଏହି ଇ-ଚାଲାଣରୁ ବଞ୍ଚିବା ପାଇଁ କିଛି ଚାଳକ ନମ୍ବର ପ୍ଲେଟକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପରିବହନ ବିଭାଗ ଅନୁଯାୟୀ, ଏହା ଏକ ଗୁରୁତର ଅପରାଧ। ନମ୍ବର ପ୍ଲେଟ୍ ସହିତ ଛେଡ଼ଛାଡ଼ କଲେ କିମ୍ବା ତାକୁ କପଡ଼ାରେ ଘୋଡ଼ାଇଲେ, ସମ୍ପୃକ୍ତ ଚାଳକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରିମାନା ଫାଙ୍କିବାକୁ ଯାଇ ଏହିପରି ବିପଦପୂର୍ଣ୍ଣ ଫାନ୍ଦ ପାରିବା ଦ୍ୱାରା ଚାଳକମାନେ ଅଧିକ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme