Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶା ରାଜନୀତିରେ ବଡ଼ ଧମାକା: ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ମହମ୍ମଦ ମୋକିମ୍‌!

Posted on January 10, 2026

ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଏହି ନୂଆ ରାଜନୈତିକ ଦଳ ଆତ୍ମପ୍ରକାଶ କରିବ ବୋଲି ସେ ସୂଚନା ଦେଇଛନ୍ତି।

ମହମ୍ମଦ ମୋକିମ୍‌ଙ୍କ କହିବା ଅନୁଯାୟୀ, ଆସନ୍ତା ଜାନୁୟାରୀ ୧୨ ତାରିଖ ‘ଜାତୀୟ ଯୁବ ଦିବସ’ ଅବସରରେ ଏହି ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ। ଏହି ଦିନ ଏକ ବିଶାଳ ଯୁବ ସମାବେଶର ଆୟୋଜନ କରାଯାଇଛି, ଯେଉଁଠାରେ ଉପକୂଳ ଓଡ଼ିଶାର ଅନେକ ପ୍ରଭାବଶାଳୀ ଯୁବ ନେତା ଏକାଠି ହେବେ। ଏହି ସମାବେଶ ମାଧ୍ୟମରେ ରାଜ୍ୟ ରାଜନୀତିରେ ଯୁବକମାନଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯିବ।

ନୂଆ ଦଳର ରୂପରେଖ ପ୍ରସ୍ତୁତି ପାଇଁ ସମଗ୍ର ରାଜ୍ୟରୁ ମତାମତ ସଂଗ୍ରହ କରାଯାଉଛି। ବିଭିନ୍ନ ବର୍ଗର ଲୋକ ଓ ବୁଦ୍ଧିଜୀବୀଙ୍କ ସହ ସମୀକରଣ ଚାଲିଛି। ମୋକିମ୍‌ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନୂଆ ଦଳର ନାମ ସହିତ ‘କଂଗ୍ରେସ’ ଶବ୍ଦ ଯୁକ୍ତ ହୋଇ ରହିବ। ତେବେ ଦଳର ପ୍ରକୃତ ନାମ କ’ଣ ହେବ, ସେନେଇ ଜ୍ୟୋତିଷଙ୍କ ସହ ପରାମର୍ଶ ଚାଲିଛି।

ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ଭାବେ ଏହି ନୂଆ ଦଳ ଉଭା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂଗଠନକୁ ମଜବୁତ କରିବା ପାଇଁ ମୋକିମ୍‌ ରଣନୀତି ପ୍ରସ୍ତୁତ କରିଛନ୍ତି। ଯୁବ ସମାଜକୁ ପ୍ରାଧାନ୍ୟ ଦେଇ ଏକ ନୂତନ ରାଜନୈତିକ ପ୍ଲାଟଫର୍ମ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme