Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶେଷ ହେଲା କୁମ୍ଭୀର ଗଣନା, ଚଳିତ ବର୍ଷ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା

Posted on January 10, 2026

ସରିଛି କୁମ୍ଭୀର ଗଣନା । ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି ପୋଖରୀକୁ ପୂର୍ବରୁ ଚିହ୍ନଟ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ୩ ଦିନ ଧରି ୨୫ଟି ଟିମ୍ ଗଣନାରେ ନିୟୋଜିତ ଥିଲେ । ବନ ବିଭାଗର ଗଣନା ଅନୁଯାୟୀ, ୨୦୨୨ ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ରେ ତାହା ବୃଦ୍ଧି ପାଇ ୮୧ରେ ପହଞ୍ଚିଥିଲା । ସେହିପରି ୨୦୨୪ରେ ୮୪ରେ ଓ ୨୦୨୫ରେ ୮୭ରେ ପହଞ୍ଚିଥିଲା । ଚଳିତ ବର୍ଷ ଗଣନାରେ ଏହି ସଂଖ୍ୟା ବୃଦ୍ଧି ହୋଇ ୯୫ରେ ପହଞ୍ଚିଛି । ଡ୍ୟାମ୍‌ରେ ୬୩ଟି କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬ଟି ପୋଖରୀରେ ୩୨ଟି କୁମ୍ଭୀର ଚିହ୍ନଟ କରାଯାଇଥିଲା । 

ରାଜ୍ୟରେ ମଗର କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ଘୋଡ଼ାହାଡ଼ ଜଳଭଣ୍ଡାର ଅନ୍ୟତମ ସ୍ଥାନ । ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିୟମିତ ଏହାର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ କାରଣରୁ କ୍ରମଶଃ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ସହଯୋଗରେ ସଂରକ୍ଷଣ ସମ୍ଭବ ହୋଇଛି । ଯାହାକି ଉଭୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ବନ୍ୟପ୍ରାଣୀ ସଂରକ୍ଷଣରେ ସହାୟକ ହେଉଛି ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି ।

​​​​​ବ୍ରହ୍ମପୁର ବନଖଣ୍ଡ ତରଫରୁ ସୋମବାର ଘୋଡ଼ାହାଡ଼ଠାରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାରଠାରୁ ତିନି ଦିନ ଧରି ଘୋଡ଼ାହାଡ଼ ଓ ଏହାର ଆଖପାଖରେ ଥିବା ଜଳ ଭଣ୍ଡାରରେ କୁମ୍ଭୀର ଗଣନା ହୋଇଥିଲା । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ, ଏସିଏଫ୍, ଗଞ୍ଜାମ ବିଜ୍ଞାନ ମହାବିଦ୍ୟାଳୟର ଜୁଲୋଜି ଅଧ୍ୟାପକ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ୨୫ଟି ଟିମ୍ କୁମ୍ଭୀର ଗଣନା କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme