
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଆଲୋଚନା ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ନିକଟତର ସହଯୋଗୀ ଦୁଇ ଦେଶ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତି କାହିଁକି ବିଫଳ ହେଲା ସେ ବିଷୟରେ ଏକ ବଡ଼ ଦାବି କରିଛନ୍ତି । ଆମେରିକା ବାଣିଜ୍ୟ ସଚିବ କହିଛନ୍ତି ଯେ,” ସେ ଏକ ଚୁକ୍ତି ସ୍ଥିର କରିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ “ଫୋନ୍” କରିନଥିବାରୁ ଏହା ଚୂଡ଼ାନ୍ତ ହୋଇପାରିଲା ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ବିଲ୍କୁ ମଞ୍ଜୁରି ଦେଇଛନ୍ତି । ଏଭଳି ବିଲ୍ ଜରିଆରେ ରୁଷଠାରୁ ତେଲ କିଣୁଥିବା ଦେଶ ଗୁଡ଼ିକ ଉପରେ ଲାଗୁ ହେବ ବୃହତ ଟାରିଫ । ବିଶେଷ କରି ଭାରତ, ଚୀନ ଏବଂ ବ୍ରାଜିଲ ଭଳି ଦେଶ ଉପରେ ୫୦୦% ଟାରିଫ୍ ଲଗାଇବା ନେଇ ପ୍ରସ୍ତାବ ରହିଛି । ରୁଷ ତେଲ କିଣାକୁ ନେଇ ଆମେରିକା ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲଗାଇଛି ।
