Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧର୍ମାନ୍ତର ବିବାଦରୁ ସତ୍କାର ହୋଇପାରୁନି ବାପା ଶବ

Posted on January 9, 2026

ଦୀର୍ଘ ଘଣ୍ଟା ବିତିବାକୁ ବସିଲାଣି ଶବ ସତ୍କାର ହୋଇପାରୁନି । ପୁଅ ଖ୍ରୀଷ୍ଟଧର୍ମ ଅନୁଯାୟୀ କବର ଦେବାକୁ ଜିଦ୍ ଧରିବାରୁ ଗ୍ରାମବାସୀ ବିରୋଧ କରୁଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗାଁର ଛୁଟା ହାଁସଦାଙ୍କର ଗତ ବୁଧବାର ମଧ୍ୟରାତ୍ରିରେ ମୃତ୍ୟୁ ହୋଇଛି । ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ସେ ନିଜ ବାପାଙ୍କୁ ବାଡ଼ିରେ କବର ଦେବା ଓ ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା କରିବେ ବୋଲି କହିବାରୁ ସାନ୍ତାଳ ସମ୍ପ୍ରଦାୟର ଗ୍ରାମସଭା ସଭାପତିଙ୍କ ସହ ଅନ୍ୟାନ୍ୟ କିଛି ଲୋକ ବିରୋଧ କରିଥିଲେ ।

ଏହାକୁ ନେଇ ଭୀମ ହାଁସଦା ରାଇବଣିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରୁ ଫେରି ନିଜ ବାଡ଼ିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ଓଲମରା ରାଜସ୍ୱ ଅଧିକାରୀଙ୍କୁ ମଧ୍ୟ ପଠାଇଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ ବୃଦ୍ଧଙ୍କ ସ୍ତ୍ରୀ ସ୍ୱର୍ଗତ ମାନକୀ ଦୁଇଟି ବିବାହ କରିଛନ୍ତି । ପ୍ରଥମ ସ୍ୱାମୀଙ୍କର ୩ ପୁଅ ମଧ୍ୟରୁ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ସାନ ପୁଅ ସାନ ବାପାଙ୍କ କବରକୁ ବିରୋଧ କରୁଛନ୍ତି । ସନ୍ଧ୍ୟାରେ ଜଳେଶ୍ୱର ଏସଡିପିଓ, ରାଇବଣିଆ ଥାନା ଆଇଆଇସି ସଦଳବଳ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ସତ୍ତେ୍ୱ କୌଣସି ସମାଧାନ ହୋଇ ନ ଥିଲା । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme