Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖାଉଟିଙ୍କ ବଢ଼ିଲା ଚିନ୍ତା, ଆକାଶ ଛୁଆଁ ଟମାଟୋ ଦର 

Posted on January 9, 2026

ପ୍ରବଳ ଶୀତ, ଥଣ୍ଡାରେ ଯେତିକି ଥରିବାକୁ ପଡ଼ୁନି ଏବେ ଟମାଟୋ ଦର ଶୁଣିଲେ ଦେହ ଥରିଯାଉଛି । ଅମଳ ଋତୁରେ ଟମାଟୋ ଦର ୬୦ ଛୁଇଁଲାଣି । ଯେଉଁ ସମୟରେ ଦର କମିବା କଥା, ସେଠି ଦର ବଢ଼ୁଥିବାରୁ ସାଧାରଣ ଖାଉଟି ବି ଚିନ୍ତାରେ । କେବଳ ରାଜଧାନୀ ନୁହେଁ, କଟକରେ ବି ସ୍ଥିତି ସମାନ । ଗାଁରେ ଦର ୫ରୁ ୧୦ଟଙ୍କା କମ୍ ଥିବା ବେଳେ ସହରରେ ଟମାଟୋ ମହରଗ ପାଲଟିଛି । ହାଟରେ ଦର ୫୦ଟଙ୍କା ଥିବା ବେଳେ ଖୁଚୁରା ଦୋକାନରେ ୧୦ଟଙ୍କା ଅଧିକ ରଖି ଟମାଟୋ ବିକ୍ରି ହେଉଛି ।

ସାଧାରଣତଃ ଶୀତ ଋତୁରେ ଟମାଟୋ ଅମଳ ହୁଏ । ଯେହେତୁ ଏହା ଶୀତଦିନିଆ ପରିବା, ତେଣୁ ସହରରେ କେଜି ପିଛା ଦର ବି ୧୦ରୁ ୨୦ ଟଙ୍କା ଭିତରେ ସୀମିତ ରୁହେ । ଶୀତଦିନେ ପିକନିକ୍, ବିବାହ ଆଦି ପଡ଼ୁଥିବାରୁ ଟମାଟୋର ବିକ୍ରି ବି ଭଲ ହୁଏ । ହେଲେ ଏବେ ଟମାଟୋ ଦର ଯାହା ଅଢେଇଶହ କିଣିବାକୁ ପଡ଼ୁଛି । ଟମାଟୋ ସାଇଜ୍ ଅନୁସାରେ, ଦୁଇଟି ବା ୩ଟିରେ ଅଢେଇଶହ ଗ୍ରାମ ହୋଇଯାଉଛି । ସ୍ଥିତି ଏମିତି, ‘ଦୈନିକ ଟମାଟୋ କିଣ ଓ ଖାଅ’ । ରାଜଧାନୀର ୧ ନମ୍ବର ହାଟରେ ଏବେ ଟମାଟୋ ଚଡ଼କ ପଡ଼ିଛି । ଦୈନିକ ବେଙ୍ଗାଲୁରୁ ଓ କୋଲକାତାରୁ ଟମାଟୋ ଆସୁଛି । ଚାହିଦା ରହିଥିଲେ ବି ଦର ଯାହା, ଗ୍ରାହକ ଟମାଟୋ କିଣିବାକୁ କୁନ୍ଥକୁନ୍ଥ ହେଉଛନ୍ତି ।

ଦିନ ଥିଲା, କଟକ ବାଙ୍କୀ, ଆଠଗଡ଼, ନିଆଳି, ଜଗତସିଂହପୁର, ୪୨ ମୌଜା ଓ କେନ୍ଦ୍ରାପଡ଼ାରୁ ଦେଶୀ ଟମାଟୋ ରାଜଧାନୀ ସହ କଟକକୁ ଆସୁଥିଲା । ଯଦ୍ୱାରା ଦର ବି ନିୟନ୍ତ୍ରଣରେ ରହୁଥିଲା । ସ୍ଥିତି ଏମିତି ହେଉଥିଲା ଯେ, ଅମଳ ବେଳେ ଟମାଟୋ ବିକ୍ରି ହୋଇପାରୁନଥିଲା, ଚାଷୀ ବାଧ୍ୟ ହୋଇ ଟଙ୍କାଏ ନହେଲେ ଦୁଇଟଙ୍କାରେ ଟମାଟୋ ବିକ୍ରି କରୁଥିଲା ନଚେତ୍ ବିକ୍ରି କରିନପାରି ନଷ୍ଟ କରୁଥିଲା । ହେଲେ ଚଳିତବର୍ଷ ଚିତ୍ର ଓଲଟା । ଚାଷ ଆରମ୍ଭରେ ଅର୍ଥାତ ଗତ ସେପ୍ଟେମ୍ବର- ଅକ୍ଟୋବର ମାସରେ ବାତ୍ୟା ଯୋଗୁ ଅଦିନିଆ ବର୍ଷା ହେବାରୁ ଫସଲ ଉପରେ ପ୍ରଭାବ ପଡ଼ିଥିଲା । ଟମାଟୋ ସହ ଅନ୍ୟ କିଛି ପରିବା ଗଛ ନଷ୍ଟ ହୋଇଯାଇଥିଲା । ଯାହାର ପ୍ରଭାବ ଏବେ ଅମଳ ଉପରେ ପଡ଼ିଛି । ତଥାପି ଆଉ ସପ୍ତାହକ ମଧ୍ୟରେ ଦେଶୀ ଟମାଟୋ ଆସିବ ବୋଲି ବେପାରୀମାନେ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme