
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ସ୍କେଟିଙ୍ଗରେ ଭାରତ ଭ୍ରମଣ କରୁଛନ୍ତି ବିହାରର ଦୁଇ ଯୁବକ। ସେମାନେ ବିହାରର ଜହାନବାଦରୁ ସ୍କେଟିଙ୍ଗ କରି ଓଡ଼ିଶାର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା ସହିତ ସନାତନ ହିନ୍ଦୁ ଧର୍ମର ପ୍ରଚାର କରିଛନ୍ତି। ସେମାନେ ନଭେମ୍ବର ମାସରୁ ବିହାରରୁ ବାହାରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସମସ୍ତ ତୀର୍ଥ ସ୍ଥାନ ଗୁଡିକ ବୁଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଦେଶରେ ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କରିବା ଏବଂ ସଚେତନତା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିବା ସେମାନେ ପ୍ରକାଶ କରିଛନ୍ତି।
