Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏମ୍ସ ହସ୍ପିଟାଲ୍ ରୋଡ୍‌ରୁ ଜବରଦଖଲ ଉଚ୍ଛେଦ, ହଟାଇଲା ୨୪୭ ଦୋକାନ

Posted on January 8, 2026

ଏମ୍ସ ହସ୍ପିଟାଲ୍ ରୋଡ୍ ରୁ ଜବରଦଖଲ ଉଚ୍ଛେଦ। ୨୪୭ରୁ ଉର୍ଦ୍ଧ୍ଵ ବେଆଇନ ଜବରଦଖଲ ଉଚ୍ଛେଦ ହୋଇଛି। ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା। ଏପରିକି ଏହି ବାଟରେ ଆମ୍ଵୁଲାନ୍ସ ଯିବା ବେଳେ ମଧ୍ୟ ବିଳମ୍ଵ ହେଉଥିଲା। ଏନେଇ ଦାବି ହେବା ପରେ ବିଡିଏ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଉଚ୍ଛେଦ ଆରମ୍ଭରୁ ବିରୋଧ ସତ୍ତ୍ଵେ ଜାତୀୟ ରାଜପଥରୁ ଏମ୍ସ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା କବାଡ଼ିଆ ଦୋକାନକୁ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ହଟାଇଛି। ଦୈନିକ ରାଜ୍ୟ ଓ ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଆସୁଛନ୍ତି। ତେଣୁ ରୋଗୀ, ସମ୍ପର୍କୀୟ ଓ ସାଧାରଣ ଲୋକଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ବିଡିଏ ଓ ଭୁବନେଶ୍ଵର ନଗର ନିଗମ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୪୭ କବାଡିଆ, ଆଜବେଷ୍ଟସ୍ ଦୋକାନ, କ୍ୟାବିନ୍, ହୋଟେଲ ଓ ଗ୍ଯାରେଜ୍ ଉଚ୍ଛେଦ କରାଯାଇଛି। ପ୍ରାୟ ୨ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଏମସି ଦକ୍ଷିଣ-ପଶ୍ଚିମ ଜୋନର ଡେପୁଟି କମିଶନର, ବିଡିଏ ଏନଫୋର୍ସମେଣ୍ଟ ଅଫିସର, ବିଡିଏ ଲିଆସନ ଅଫିସର ଉପସ୍ଥିତ ଥିଲେ। ସେହିଭଳି ଦ୍ୱିତୀୟ ଉଚ୍ଛେଦଟି ପଟିଆ ମୌଜାରେ ହୋଇଥିଲା। ଏହି ଉଚ୍ଛେଦ ସମୟରେ ୩ଟି ଆଜବେଷ୍ଟସ୍ ଘର, ୫୦ ଫୁଟ ଲମ୍ବର ପାଚେରୀ ଭଙ୍ଗାଯାଇଛି। ପ୍ରାୟ ୧୦୦ ଡିସିମିଲ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme