Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେକର୍ଡ ସ୍ତରରେ ରୁପା, ୨.୭୧ ଲକ୍ଷ ଟଙ୍କା ଛୁଇଁଲା ରୁପା

Posted on January 8, 2026

ମଙ୍ଗଳବାର ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬ ହଜାର ଟଙ୍କା ବୃଦ୍ଧି ହୋଇ ୨.୭୧ ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୬୦୦ ଟଙ୍କା ବୃଦ୍ଧି ହେବା ଯୋଗୁ ୧୦ ଗ୍ରାମ ପିଛା ଦର ୧.୩୭ ଲକ୍ଷ ଟଙ୍କା ଛୁଇଁଛି । ୨୨ କ୍ୟାରେଟ ସୁନା ୫୫୦ ଟଙ୍କା ବୃଦ୍ଧି ହୋଇ ୧.୨୭ ଲକ୍ଷ ଟଙ୍କା ରହିଛି । ଗତ ଗୋଟିଏ ବର୍ଷରେ ଦେଶରେ ସୁନା ୭୫% ଏବଂ ରୁପା ୧୬୭% ବୃଦ୍ଧି ହୋଇଛି । ଏହି ଅବଧିରେ ରୁପା ଦର ୧.୪୪ ଲକ୍ଷ ଟଙ୍କା ଏବଂ ସୁନା ଦର ୫୭,୦୩୩ ଟଙ୍କା ବଢ଼ିଛି । ସୁନା ଦର ବୃଦ୍ଧି ପଛରେ ୩ଟି କାରଣ ରହିଛି । ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କିଣା ବଢ଼ାଇଛନ୍ତି ।

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଅନିଶ୍ଚିତତା ଜାରି ରହିଛି । ଏହାଦ୍ୱାରା ଲୋକେ ସୁନା କିଣାକୁ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା ବଢ଼ାଇଛନ୍ତି । ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିଛି । ଏଥିଯୋଗୁ ଦର ଉପରମୁହାଁ ହୋଇଛି । ସେହିଭଳି ସୋଲାର, ଇଭି ଏବଂ ଇଲେକଟ୍ରୋନିକ୍ସ ଶିଳ୍ପରେ ରୁପା ବ୍ୟବହାର ବଢ଼ିଛି । ଟାରିଫ ଡରରେ ଆମେରିକା କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି । ଯୋଗାଣ କମିବା ଯୋଗୁ ଏହାର ଦର ଉପରମୁହାଁ ହୋଇଛି । ସେହିଭଳି ଉତ୍ପାଦନ ଅଟକିବା ଡରରେ ମାନୁଫାକଚରିଂ କମ୍ପାନି ଗୁଡ଼ିକ ପ୍ରଚୁର ପରିମାଣରେ ରୁପା କିଣୁଛନ୍ତି । ଫଳରେ ଏହାର ଦର ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି । କେଡିଆ ଆଡଭାଇଜରିର ନିର୍ଦ୍ଦେଶକ କହିଛନ୍ତି, ଆଗକୁ ମଧ୍ୟ ରୁପା ଚାହିଦା ଦୃଢ଼ ରହିବ । ଫଳରେ ଦର ତେଜିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme