Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେକର୍ଡ ସ୍ତରରେ ରୁପା, ୨.୭୧ ଲକ୍ଷ ଟଙ୍କା ଛୁଇଁଲା ରୁପା

Posted on January 8, 2026

ମଙ୍ଗଳବାର ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬ ହଜାର ଟଙ୍କା ବୃଦ୍ଧି ହୋଇ ୨.୭୧ ଲକ୍ଷ ଟଙ୍କା ରହିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୬୦୦ ଟଙ୍କା ବୃଦ୍ଧି ହେବା ଯୋଗୁ ୧୦ ଗ୍ରାମ ପିଛା ଦର ୧.୩୭ ଲକ୍ଷ ଟଙ୍କା ଛୁଇଁଛି । ୨୨ କ୍ୟାରେଟ ସୁନା ୫୫୦ ଟଙ୍କା ବୃଦ୍ଧି ହୋଇ ୧.୨୭ ଲକ୍ଷ ଟଙ୍କା ରହିଛି । ଗତ ଗୋଟିଏ ବର୍ଷରେ ଦେଶରେ ସୁନା ୭୫% ଏବଂ ରୁପା ୧୬୭% ବୃଦ୍ଧି ହୋଇଛି । ଏହି ଅବଧିରେ ରୁପା ଦର ୧.୪୪ ଲକ୍ଷ ଟଙ୍କା ଏବଂ ସୁନା ଦର ୫୭,୦୩୩ ଟଙ୍କା ବଢ଼ିଛି । ସୁନା ଦର ବୃଦ୍ଧି ପଛରେ ୩ଟି କାରଣ ରହିଛି । ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କିଣା ବଢ଼ାଇଛନ୍ତି ।

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଅନିଶ୍ଚିତତା ଜାରି ରହିଛି । ଏହାଦ୍ୱାରା ଲୋକେ ସୁନା କିଣାକୁ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା ବଢ଼ାଇଛନ୍ତି । ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିଛି । ଏଥିଯୋଗୁ ଦର ଉପରମୁହାଁ ହୋଇଛି । ସେହିଭଳି ସୋଲାର, ଇଭି ଏବଂ ଇଲେକଟ୍ରୋନିକ୍ସ ଶିଳ୍ପରେ ରୁପା ବ୍ୟବହାର ବଢ଼ିଛି । ଟାରିଫ ଡରରେ ଆମେରିକା କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି । ଯୋଗାଣ କମିବା ଯୋଗୁ ଏହାର ଦର ଉପରମୁହାଁ ହୋଇଛି । ସେହିଭଳି ଉତ୍ପାଦନ ଅଟକିବା ଡରରେ ମାନୁଫାକଚରିଂ କମ୍ପାନି ଗୁଡ଼ିକ ପ୍ରଚୁର ପରିମାଣରେ ରୁପା କିଣୁଛନ୍ତି । ଫଳରେ ଏହାର ଦର ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି । କେଡିଆ ଆଡଭାଇଜରିର ନିର୍ଦ୍ଦେଶକ କହିଛନ୍ତି, ଆଗକୁ ମଧ୍ୟ ରୁପା ଚାହିଦା ଦୃଢ଼ ରହିବ । ଫଳରେ ଦର ତେଜିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme