ଅନୁଗୋଳ ଜିଲ୍ଲା ଜରପଡା ଥାନା କୋରଡା ଗ୍ରାମରେ ନିଆଁ ଲାଗି ଜଲିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା ଫାର୍ମ । ନିଆଁରେ ଜୀଅନ୍ତା ପୋଡିଗଲେ ୧୫୦୦ ଶହରୁ ଅଧିକ କୁକୁଡ଼ା ଚିଆଁ । ସୂଚନା ଅନୁସାରେ କୋରଡ଼ା ଗ୍ରାମର କରୁଣାକର ସାହୁ ପଞ୍ଚାୟତ ଅଫିସ ନିକଟରେ ଏକ କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଥିଲେ l ଗତ କାଲି ରାତିରେ ବିଦୁତ ସଟ ସର୍କିଟରୁ ଫାର୍ମରେ ହଟାଥ ନିଆଁ ଲାଗିଯାଇଥିଲା ।ଏନେଇ କରୁଣାକର ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିମିଷେକ ମଧ୍ୟ ସାରା କୁକୁଡ଼ା ଫାର୍ମକୁ ନିଆଁ ବ୍ୟାପି ଯାଇଥିଲା l କିଛିଦିନ ତଳେ କୁକୁଡ଼ା ଫାର୍ମରେ ଭର୍ତ୍ତି ହୋଇଥିବା ପ୍ରାୟ ୧୫ଶହରୁ ଉର୍ଦ୍ଧ କୁକୁଡ଼ା ଚିଆଁ ନିଆଁରେ ପୋଡି ଯାଇଥିଲେ l ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ନିଆଁରେ କୁକୁଡ଼ା ଫାର୍ମଟି ସମୁର୍ଣ୍ଣ ପୋଡି ଜଳି ପାଉଁଶ ହୋଇଯାଇଛି l
