Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୯ରେ ଆରମ୍ଭ ହେବ ଫୁଲ ପ୍ରଦର୍ଶନୀ, ୧୦ରେ ଖୋଲିବ ରାଜଭବନ

Posted on January 7, 2026

ସକାଳ ଓ ସନ୍ଧ୍ୟାରେ ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡ଼ି । ଶୀତ ଦିନେ ରାଜଧାନୀରେ ସବୁଠି ଚାଲେ ବିଭିନ୍ନ କାର୍ଯ୍ୟକ୍ରମ । ତନ୍ମଧ୍ୟରେ ପୁଷ୍ପ ପ୍ରଦର୍ଶନୀ ଅନ୍ୟତମ । ରାଜଧାନୀବାସୀ ଏହାକୁ ଯେମିତି ଅପେକ୍ଷା କରିଥାନ୍ତି । ସହରର ଗଳିକନ୍ଦିଠାରୁ ଆରମ୍ଭ କରି ସରକାରୀ ବାସଭବନ ଯାଏ ସବୁଠି ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଯାଏ । ବହୁ ସ୍ଥାନରେ ଫୁଲ ପ୍ରଦର୍ଶନୀ ସହିତ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥାଏ । ଯେଉଁଠି ସାଧାରଣ ଲୋକ ଏହି ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇବା ସହିତ ଫୁଲ କିଣିବାର ସୁଯୋଗ ପାଆନ୍ତି । ଏହି ଶୀତ ସକାଳରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନୁଆରୀ ୯ତାରିଖରେ ଫୁଲ ପ୍ରଦର୍ଶନୀ ଆରମ୍ଭ ହେବ । ମାଗଣାରେ ଏକାମ୍ର କାନନରେ ଏହି ପୁଷ୍ପ ପ୍ରଦର୍ଶନୀର ମଜା ଉଠାଇ ପାରିବେ ସାଧାରଣ ଲୋକ ।

ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ଓ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଏହି ପୁଷ୍ପ ପ୍ରଦର୍ଶନୀ ହେବ । ପ୍ରତିବର୍ଷ ଦୁଇ ଦିନ ଧରି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଚଳିତ ଥର ତିନି ଦିନ ହେବ । ୯ତାରିଖ ଅର୍ଥାତ୍ ଶୁକ୍ରବାର ଆରମ୍ଭ ହୋଇ ରବିବାର ସରିବ । ଅର୍କିଡ, ଲିଲିୟମ୍ ଭଳି ଅନେକ ଦେଶୀ ଓ ବିଦେଶୀ ଫୁଲ ଆକର୍ଷଣ ସାଜିବ । ଠିକ୍ ଜାନୁଆରୀ ୧୦ତାରିଖରେ ରାଜଭବନ ଉଦ୍ୟାନ ଖୋଲାଯିବ । ଛାତ୍ରଛାତ୍ରୀ, ସାଧାରଣ ଦଶର୍କ ୧୦ ତାରିଖରୁ ରାଜଭବନ ବୁଲିବାର ସୁଯୋଗ ପାଇବେ । ଏଥର ମଧ୍ୟ ଅନ୍ଲାଇନ୍ ରେ ଟିକଟ୍ ର ବ୍ୟବସ୍ଥା ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme