Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୁମ୍ଭୀର ଗଣନା ପାଇଁ କାଲିଠାରୁ ୩ ଦିନ ପର୍ଯ୍ୟଟକଙ୍କୁ ଭିତରକନିକା ମନା

Posted on January 7, 2026

କୁମ୍ଭୀର ଗଣନା ପାଇଁ କାଲିଠାରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା । ଆସନ୍ତାକାଲିଠୁ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ପର୍ଯ୍ୟଟକ ମାନଙ୍କୁ ଭିତରକନିକା ବୁଲି ନଯିବାକୁ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ରୁ ୫ଜଣ ଲେଖାଏଁ ମୋଟ ୭୦ ବନ କର୍ମଚାରୀ ଓ ଗବେଷଣା କରୁଥିବା ବ୍ୟକ୍ତି ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୨ଟି ଦେଶୀ ଡଙ୍ଗା ଓ ୨ଟି ବୋଟ୍, ଶକ୍ତିଶାଳୀ କ୍ୟାମେରା , ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା । ଗତବର୍ଷ ମହାନଦୀ ଗଣ୍ଡରେ ମୋଟ ୧୧୫ଟି କୁମ୍ଭୀର ରହିଥିଲେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme