Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

Posted on October 4, 2025

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପେଟା ଘାଟିର ତିନି ବାଙ୍କରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ବେଳେ ଆନ୍ଧ୍ରପ୍ରଦେଶ ଏଲ୍. ମାଞ୍ଚିଲିର ମାଲକାପାଲ୍ଲି ରୁ ଏକ ଟ୍ରକ୍ (ଏପି ଟିଡବ୍ଲୁ ୯୫୫୫) ରେ ସିମେଣ୍ଟ ବୋଝେଇ ହୋଇ ମାଲକାନଗିରି ଯାଉଥିଲା। ତେବେ ବୈପାରିଗୁଡା ଥାନା ଅନ୍ତର୍ଗତ ପେଟା ଘାଟିର ତିନି ବାଙ୍କରେ ବ୍ରେକ ଫେଲ୍ ହୋଇଯିବାରୁ ଟ୍ରକଟି ୩୦ ଫୁଟ୍ ତଳକୁ ଖସି ପଡ଼ିଥିବା ବେଳେ ଟ୍ରକର ଆଗ ଦୁଇଟି ଚକା ସହ କାଟା ପ୍ଲେଟ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଟ୍ରକ୍ ଗ୍ଲାସ ଭାଙ୍ଗି ଦେହର ବିଭିନ୍ନ ଅଙ୍ଗରେ ବାଜି ଯିବାରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ଡ଼୍ରାଇଭରଙ୍କୁ ପ୍ରତ୍ୟକ୍ଷଦର୍ଶୀ ତଥା ସ୍ବେଛାସେବୀ ବିଜୁ ରାଉତ ଉଦ୍ଧାର କରି ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଏଥିସହ ଦୁର୍ଘଟଣାରେ ଟ୍ରକ୍ କିଛି ଗଛ ସହ ପିଟି ହେଇଯିବାରୁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଯାଇଥିଲା। ବୈପାରିଗୁଡା ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା।ସ୍ବେଚ୍ଛାସେବୀ ଶ୍ରୀ ରାଉତଙ୍କ କହିବା ଅନୁଯାୟୀ, ରାସ୍ତା କାମ ଚାଲିଥିବା ବେଳେ ଘାଟି ରାସ୍ତାକୁ ଚଉଡା କରିବା ସହ ଗାର୍ଡଓ୍ବାଲ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ପେଟା ଘାଟି ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣା ସ୍ଥଳରେ ବୈପାରିଗୁଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme