Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ସାବଧାନ ! ବଜାରରେ ବୁଲୁଛି ଭେଜାଲ୍ କ୍ଷୀର- ପନିର୍‌, ଚିନ୍ତାରେ ଖାଉଟି

Posted on January 6, 2026

 

ବଜାର ସମେତ ବିଭିନ୍ନ ଅଞ୍ଚଳରେ ନକଲି ପନିର, ଛେନା, ଦହି ଅପମିଶ୍ରିତ କ୍ଷୀର ସହିତ ଅନେକ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ବହୁଳ ମାତ୍ରାରେ ବିକ୍ରି ହେଉଥିବାର ଖବର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଯେତିକି ଗାଈ ଓ ମଇଁଷି ଅଛନ୍ତି ସେମାନଙ୍କ ଠାରୁ ଦୈନନ୍ଦିନ ଉତ୍ପାଦନ ହେଉଥିବା ଦୁଗ୍ଧରେ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଅପମିଶ୍ରଣ କରୁଛନ୍ତି ।

ସୂଚନା ଥାଉ କି, ବଡ଼ ବଡ଼ ଗୋଦାମରେ ନିମ୍ନମାନର ଦୁଗ୍ଧ ପାଉଡର୍ ସହିତ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି। ଏପରିକି ଏହି ନିମ୍ନମାନର ପାଉଡ଼ରକୁ ପ୍ରକ୍ରିୟାକରଣ କରି ଦହି, ମିଠା ଦହି, ରାବିଡ଼ି ଭଳି ଅନେକ ଦୁଗ୍ଧ ଜାତୀୟ ଖାଦ୍ୟ ଓ ପାନୀୟ ଖାଦ୍ୟ ବଜାରକୁ ଛାଡୁଛନ୍ତି । ବିଶେଷ କରି ବଜାରକୁ ସିନ୍ଥେଟିକ୍ ପନିର ଓ ଅପମିଶ୍ରିତ କ୍ଷୀର କବଜା କରି ନେଇଥିବା ଅଭିଯୋଗ ହେଉଛି । ଏହି ଅପମିଶ୍ରିତ କ୍ଷୀର, ଛେନା, ପନିର ବଜାରକୁ ଆସିବା ପଛରେ ଅନ୍ତଃରାଜ୍ୟ ଦଲାଲ କାମ କରୁଛନ୍ତି । ଯେଉଁମାନେ କି ରାଜଧାନୀ ସମେତ ରାଜ୍ୟ ବାହାରୁ କ୍ଷୀର ପାଉଡର୍ ଆଣି ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଛନ୍ତି । କ୍ଷୀର ବ୍ୟବସାୟୀମାନେ ଏହି ପାଉଡର୍କୁ ନେଇ ଦୁଗ୍ଧ ଜାତୀୟ ଖାଦ୍ୟ ଦ୍ରବ୍ୟ ବିକ୍ରି କରୁଛନ୍ତି । ଗୋରୁ ଓ ମଇଁଷି ଦୁଗ୍ଧରୁ ତିଆରି ବିଭିନ୍ନ ଖାଦ୍ୟ ସାମଗ୍ରୀ ଅପେକ୍ଷା ପାଉଡର୍ରୁ ତିଆରି ହେଉଥିବା ଜିନିଷ ଶସ୍ତା ଓ ଲାଭଜନକ ହେଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ଅଧିକ ଲାଭ ଆଶାରେ ବୃତ୍ତି କରିସାରିଲେଣି । ବଜାରରେ ଏହି କୃତ୍ରିମ କ୍ଷୀର ପାଉଡର୍ ଶହ ଶହ ବସ୍ତା ଖୁଲମ ଖୁଲା ବିକ୍ରି ହେଉଛି । ଏହି ପାଉଡର୍ରେ ମିଲ୍‌କ ଫ୍ୟାଟ୍ ବଦଳରେ ଭେଜିଟେବଲ୍ ଫ୍ୟାଟ ମିଶାଯାଉଛି । ନକଲି ଛେନା, ପନିର ପ୍ରସ୍ତୁତ ପାଇଁ ନାଇଟ୍ରିକ୍ ଏସିଡ୍ ବ୍ୟବହାର ହେଉଛି । ଏହାକୁ ଖାଇଲେ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବ ।

ବଜାରରେ ବିକ୍ରି ହେଉଥିବା ଛେନା, ପନିର ଓ ମିଠା ଦହି ଭଳି ବିଭିନ୍ନ ଖାଦ୍ୟ ଦ୍ରବ୍ୟର ନିୟମିତ ଯାଞ୍ଚ ଓ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଦଳରେ ଖାଦ୍ୟ ନିରାପତ୍ତା ବିଭାଗ ନିଷ୍କ୍ରିୟ ହୋଇପଡ଼ିଛି । ଫଳରେ ବଜାରରେ ମିଳୁଥିବା ଦୁଗ୍ଧ ଜାତୀୟ ଜିନିଷ ଅସଲି ନା ନକଲି ଲୋକ ସନ୍ଦେହରେ ପଡୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme