Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାଲୁଆ କଲା କୋହଲା ପବନ: ରାତି ତାପମାତ୍ରା ୪ ଡିଗ୍ରୀ ହ୍ରାସ

Posted on January 6, 2026

ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ । ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ,ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ । ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ । ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ । ୧୧ତାରିଖରେ ଶୀତ ପୁଣି ଲେଉଟିବ । ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ । କିନ୍ତୁ ପ୍ରାୟ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେ କୁହୁଡ଼ି ଆଶଙ୍କା ନାହିଁ । ମକର ସଂକ୍ରାନ୍ତି ପରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ କମିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ମଙ୍ଗଳବାର ରାତିରେ ଝାରସୁଗୁଡ଼ା ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ରହିପାରେ । ଫୁଲବାଣୀରେ ୮ଡିଗ୍ରୀ, ବୌଦ୍ଧ ଓ କୋରାପୁଟରେ ୯,କେନ୍ଦ୍ରାପଡ଼ାରେ ୧୦, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିପାରେ । ଢେଙ୍କାନାଳ, କଟକ, ଦେବଗଡ଼, ବାରିପଦା ଓ ମାଲକାନଗିରିରେ ୧୨ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ରାତିରେ ଦାରିଙ୍ଗବାଡ଼ିରେ ପାରଦ ୮.୫ଡିଗ୍ରୀ ଥିଲା । ଜି ଉଦୟଗିରିରେ ୯.୮, ଫୁଲବାଣୀରେ ୧୦, କୋରାପୁଟରେ ରାତି ତାପମାତ୍ରା ୧୦.୪ ଡିଗ୍ରୀ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme