Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚୋରି ସନ୍ଦେହରେ ଯୁବକଙ୍କୁ ପେଚକସରେ ଆକ୍ରମଣ କରି ହତ୍ୟା, ତଦନ୍ତ କରୁଛି ପୋଲିସ

Posted on January 3, 2026

ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି  । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ  ହତ୍ୟାକାରୀ ଚଗଲା ଅମାନ୍ତ ମୃତକ ସନ୍ତୋଷ ମହାପାତ୍ରଙ୍କୁ ଏକ ଭୋଜିରେ ରୋଷେଇ କରିବାକୁ ଡାକି ନେଇଥିଲେ । ସେହି ଭୋଜି ଠାରେ ଚଗଲା ଅମାନ୍ତଙ୍କର ୭ ହଜାର ୨୦୦ ଟଙ୍କା ସନ୍ତୋଷ ଚୋରାଇ ଆଣିଥିବା ନେଇ  ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଜି ଉକ୍ତ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ତାଳଚେର ଥାନା ନିକଟରେ ଯୁକ୍ତିତର୍କ ହୋଇଥିଲା ଯାହାକୁ ନେଇ ହତ୍ୟାକାରୀ ଚଗଲା ଏକ ପେଚକସ ମାଧ୍ୟମରେ ତାଙ୍କ ବେକକୁ ଆକ୍ରମଣ କରିଥିଲା । ପୋଲିସ ଚଗଲାଙ୍କୁ ଘଟଣା ସ୍ଥଳରୁ ସନ୍ତୋଷଙ୍କୁ ଉଦ୍ଧାର  କରି ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

 ତେବେ ସନ୍ତୋଷଙ୍କୁ ଭୋଜି କରିବାକୁ ଡାକି ନେଇ ଚଗଲା ତାଙ୍କ ପଇସା ଦେଇନଥିବା ବେଳେ ମାଗିବାରୁ ସେ ଏଭଳି ହତ୍ୟା କାଣ୍ଡ ଘଟାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଆଉ କିଛି ସମୟପରେ ସାଇଣ୍ଟିଫିକ ଟିମ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ତାଳଚେର ଏସଡିପିଓ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme