Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢ଼ିଛି ଅଣ୍ଡାଦର, ଦର ବଢ଼ିବା ପରେ ପ୍ରଭାବିତ ହୋଇଛି ଖାଉଟିଙ୍କ ସହ ସୁଷମ ଖାଦ୍ୟ ଯୋଗାଣ

Posted on January 3, 2026

ବଜାରରେ ବଢ଼ିଛି ଅଣ୍ଡାଦର । ଗୋଟା ୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ଦର ବଢ଼ିବା ପରେ ସାଧାରଣ ଖାଉଟିଙ୍କ ସହ ସ୍କୁଲର ମଧ୍ୟାହ୍ନଭୋଜନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଦୁଇ ବର୍ଷ ହେଲା ଜିଲ୍ଲାରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଥିଲେ ବି ତାହା ଯଥେଷ୍ଟ ନୁହେଁ । ଫଳରେ ଏବେବି ଅଣ୍ଡା ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଏକ ଗବେଷଣା ସଂସ୍ଥାର ପରିସଂଖ୍ୟାନ ଦୃଷ୍ଟିରୁ ଜିଲ୍ଲା ଓ ରାଜ୍ୟର ଜନସଂଖ୍ୟା ତୁଳନାରେ ଅଣ୍ଡାର ଚାହିଦା ରହିଛି । ବର୍ଷକୁ ଜଣେ ବ୍ୟକ୍ତି ପିଛା ୧୮୦ଟି ଅଣ୍ଡା ଆବଶ୍ୟକତା ରହିଛି । କିନ୍ତୁ, ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ଜଣେ ବ୍ୟକ୍ତି ପିଛା ବାର୍ଷିକ ୭୦ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି । ଓଡ଼ିଶା ଅଣ୍ଡା ଉତ୍ପାଦନ ରାଜ୍ୟ ମଧ୍ୟରେ ପଛରେ ପଡ଼ିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଜନସଂଖ୍ୟା ଦୃଷ୍ଟି କୋଣରୁ ଜଣେ ବ୍ୟକ୍ତି ପାଇଁ ମାତ୍ର ୧୫ଟି ଅଣ୍ଡା ଉତ୍ପାଦନ ହୋଇପାରୁଛି ।

ଅଣ୍ଡା ଦର ବଢ଼ିବା ପରେ ସ୍କୁଲରେ ମଧ୍ୟାହ୍ନଭୋଜନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଖାଦ୍ୟ ଯୋଗାଣରେ ପ୍ରଭାବିତ ହୋଇଛି । ନୂଆ ସରକାର ଆସିବା ପରେ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ପିଲା ପିଛା ୧୧ ଟଙ୍କା ୧୫ ପଇସା ଓ ଉଚ୍ଚପ୍ରାଥମିକରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପିଲା ପିଛା ୧୪ଟଙ୍କା ୭୪ ପଇସା ବୃଦ୍ଧି କରାଯାଇଛି । ଏଥିରେ ଅଣ୍ଡା, ପନିପିରିବା, ଡାଲି, ତେଲ, ଲୁଣ ଖର୍ଚ୍ଚ ହେଉଛି । ସେହିପରି ଅଙ୍ଗନବାଡି କେନ୍ଦ୍ରରେ ଜଣେ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ପିଛା ୭ ଟଙ୍କା ୭୦ ପଇସାରୁ ୯ ଟଙ୍କା ୭୦ ପଇସା ରହିଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଋତୁ ଅନୁଯାୟୀ ଅଣ୍ଡାର ଦର ବଢୁଛି ଓ କମୁଛି । କିନ୍ତୁ, ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ଅର୍ନ୍ତଭୁକ୍ତ ରହିଛି । ଅଣ୍ଡାଦର ବୃଦ୍ଧି ଯୋଗୁ ମଧ୍ୟାହ୍ନ ଭୋଜନରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme