Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍

Posted on January 3, 2026

ଚଳିତ ବର୍ଷ ୩ଟି ସୁପରମୁନ୍ ଓ ମାଇକ୍ରୋମୁନ୍ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହି ମହାଜାଗତିକ ସୁପରମୁନ୍ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି । ଯାହାକୁ ଖାଲି ଆଖିରେ ରାତି ସାରା ଦେଖାଯାଇ ପାରିବ ।

ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେ ଚନ୍ଦ୍ରକୁ ସୁପରମୁନ କୁହାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ । ଆସନ୍ତାକାଲି ଅର୍ଥାତ୍ ପ୍ରଥମ ଶନିବାର ଦିନ ପୌଷ ପୂର୍ଣ୍ଣମୀର ଚନ୍ଦ୍ର ୨୦୨୬ ମସିହାର ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ । ସେହିଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ ।

ସେହିପରି ୨୦୨୬ର ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖାଯିବ । ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥିବା ବେଳେ ୩ଟି ପୂର୍ଣ୍ଣିମା ପଡ଼ୁଥିବାରୁ ମେ ୧, ମେ ୩୧ ଓ ଜୁନ୍ ୨୯ତାରିଖରେ ‘ମାଇକ୍ରୋମୁନ ବା ଛୋଟଚନ୍ଦ୍ର ଦେଖାଯିବ’ । ଏଗୁଡ଼ିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ବା କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme