Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କମିବ ଶୀତ ଲହରୀ, ଆସନ୍ତା ୧୦ରୁ ୧୩ ଯାଏ କାଁ ଭାଁ ବର୍ଷା ଆଶଙ୍କା

Posted on January 3, 2026

ମାଡ଼ି ଆସିବ ଭୀଷଣ କୁହୁଡ଼ି । ଅତି ଘନ କୁହୁଡ଼ିର ବହଳ ଆସ୍ତରଣ ଆକାଶକୁ ଘୋଡ଼ାଇ ଦେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିପାରେ । ଏ ସମୟରେ ଯାତାୟାତ କରିବା ମୁସ୍କିଲ ହୋଇଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେପଟେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିପାରେ ବୋଲି ମଧ୍ୟ ଆକଳନ ରହିଛି ।

ଶନିବାର ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଅତି ଘନ କୁହୁଡ଼ି ଦେଖା ଦେଇପାରେ । ଦୃଶ୍ୟମାନ ଦୂରତା ବିପଜ୍ଜନକ ସ୍ତରକୁ ଖସିପାରେ । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ରହିବ।

ରବିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ରହିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ଅଧିକ ରହିବ । ୫ ତାରିଖରେ ମଧ୍ୟ ଏହି ସ୍ଥିତି ଜାରି ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦିଶିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କିଛି କମିଯିବ । କିନ୍ତୁ ସୋମବାରଠାରୁ ଶୀତ ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ପଶ୍ଚିମା ବାୟୁ ପ୍ରଭାବରେ ଆସନ୍ତା ୧୧ରୁ ୧୩ ତାରିଖ ଯାଏ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। କଟକ ଓ ଭୁବନେଶ୍ୱରରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ଥଣ୍ଡା କମିଯିବ । ଏହା ପରେ ଶୀତ ପୁଣି ବଢ଼ିବ । ଆସନ୍ତା ୫ ତାରିଖ ପରେ କୁହୁଡ଼ି କମିଯିବ । ୧୦ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । କୁହୁଡ଼ି ବି ବଢ଼ିବ ବୋଲି ଶ୍ରୀ ସାହୁ ଆକଳନ କରିଛନ୍ତି ।

ଗୁରୁବାର ରାତିରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୭ ଡିଗ୍ରୀ ଥିଲା । ଫୁଲବାଣୀରେ ୭.୫ ଓ କୋରାପୁଟରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ ରହିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme