
ରାଜ୍ୟରେ ପ୍ରଦୂଷଣ ବିଷ ମାଡ଼ିଚାଲିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଯେମିତି ଜମାଟବାନ୍ଧି ଦେଇଛି । ୮ଟି ସହରରେ ପ୍ରଦୂଷଣ ସ୍ତର ଚିନ୍ତାଜନକ । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଛି ।
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ବାଲେଶ୍ୱରରେ ବାୟୁର ମାନ ୩୩୭ ଥିଲା । ବାରିପଦା ଏକ୍ୟୁଆଇ ୩୧୯, ତାଳଚେର ୩୧୦, ଭୁବନେଶ୍ୱର ୩୦୫, କଟକ ୩୦୪, ଅନୁଗୁଳ ୨୯୬, ବ୍ୟାସନଗର ୨୮୩, କେନ୍ଦୁଝର ୨୭୭ ଛୁଇଁଥିଲା । ଲଗାତାରଭାବେ ଓଡ଼ିଶାରେ ଏଭଳି ବାୟୁପ୍ରଦୂଷଣ ପୂର୍ବରୁ କେବେ ନଥିଲା। ସକାଳ ଓ ସନ୍ଧ୍ୟା ସମୟରେ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଛି। ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
