
ଅନୁଗୋଳ ଜିଲ୍ଲାରେ ପୁଣିଏକ ନକଲି ମଦ କାରଖାନା ଉପରେ ଚଡାଉ କରି 1500 ଲିଟର ସ୍ପିରିଟ ସହ ଦୁଇଙ୍କୁ ଅଟକ ରଖିଛି ପୋଲିସ । ସେମାନେ ହେଲେ ପ୍ରଫୁଲ୍ଲ ସାହୁ ଓ ପ୍ରକାଶ ସାହୁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ କଲେଜ ନିକଟରେ।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ବେଳେ ଅନୁଗୁଳ ପୋଲିସ ର ଏକ ସ୍ପେଶାଲ ସ୍କୁଆଡ ଖବର ପାଇଁ ତଳମୂଳ ରେ ଥିବା ନକଲି ମଦ କାରଖାନା ରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉଭୟ ବଅଁରପାଳ ପୋଲିସ ଓ ସ୍ପେଶଲ୍ ସ୍କୁଆଡ୍ ପହଞ୍ଚି ମଦ ତିଆରି ରେ ବ୍ୟବହାର ହେଉଥିବା 1500 ଲିଟର ସ୍ପିରିଟ, 250 ଲିଟର ତିଆରି ହୋଇ ରହିଥିବା ମଦ, ବୋତଲ, କ୍ୟାପ ଓ ସିଲିଂ ପାଇଁ ବ୍ୟବହାର ହେଉଥିବା ମେସିନ ଆଦି ଜବତ କରିବା ସହିତ ସେଠାରେ କାମ କରୁଥିବା 2 ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ କେବେଠାରୁ ଏହି ନକଲି ମଦ କାରଖାନା ଚାଲିଛି ଓ କିଏ କିଏ ଏହି କାରବାର ରେ ସଂପୃକ୍ତ ଅଛନ୍ତି ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷ ରୁ ସୂଚନା ଦିଆ ଯାଇଛି।
