Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ମରଣ ଶକ୍ତି ବଢାଇଥାଏ ବିଟ୍‌

Posted on December 31, 2025

ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକମାନେ ନିଜ ଡାଏଟରେ ପରିବର୍ତ୍ତନ ଆଣିଥାନ୍ତି । ଡାଏଟରେ ପରିବର୍ତ୍ତନ ଆଣିବା ସହ ବିଟ୍‌କୁ ସାମିଲ୍ କରିବା ଆବଶ୍ୟକ । ଆଣ୍ଟିଅକ୍ସିଡାଣ୍ଟରେ ଭରା ବିଟ୍ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଅନେକ ଲୋକ ଏହାରା ଉପକାରିତା ବିଷୟରେ ଜାଣନ୍ତି ନାହିଁ । ବିଟ୍ ଜୁସ୍ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ସ୍ମରଣ ଶକ୍ତିକୁ ବଢାଇଥାଏ । ବିଟ୍ ଜୁସରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଥାଏ । ଫାଇବରରେ ଭରା ବିଟ୍ ଜୁସ୍ ପାଚନ ତନ୍ତ୍ର ପାଇଁ ଖୁବ୍ ଉପକାରୀ । ଏପରିକି ଏହାକୁ ସୁପରଫୁଡ୍ ଭାବେ ମଧ୍ୟ ଗ୍ରହଣ କରାଯାଇଛି । ବିଟ୍ ଭିଟାମିନ୍, ଖଣିଜ ପଦାର୍ଥ ଓ ଆଣ୍ଟି-ଅକ୍ସିଡାଣ୍ଟରେ ଭରା, ଯାହାକୁ ଶୀତ ଋତୁରେ ଡାଏଟରେ ସାମିଲ୍ କରିବା ଖୁବ୍ ଲାଭଦାୟକ ହୋଇଥାଏ । ଏହି ଜୁସରେ ଆଣ୍ଟି-ଅକ୍ସିଡାଣ୍ଟ ସହ ଇଲୋକ୍ଟ୍ରୋଲାଇଟ୍ସ ପରି ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କ ଓ ହୃଦୟକୁ ସୁସ୍ଥ ରଖିଥାଏ ।

ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ, ତେବେ ନିୟମିତ ଏକ ଗ୍ଲାସ୍ ବିଟ୍ ଜୁସ୍ ପିଅନ୍ତୁ । ଏଥିରେ ନାଇଟ୍ରେଟ୍ ମାତ୍ରା ଅଧିକ ରହିଛି, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରି ରଖିଥାଏ ।

ଫାଇବରରେ ଭରପୂର ବିଟ୍ ପାଚନତନ୍ତ୍ର ପାଇଁ ବେଶ୍ ଲାଭଦାୟକ । ଯେଉଁମାନଙ୍କର କଫ ସମସ୍ୟା ରହିଛି, ସେମାନେ ଡାଏଟ୍ରେ ବିଟ୍ ଜୁସ୍ ସାମିଲ୍ କରିବା ଉଚିତ୍ । ଫଳରେ ମଳତ୍ୟାଗ ଜନିତ ସମସ୍ୟା ଦୂର ହୋଇପାରିବ । ନିୟମିତ ବିଟ୍ ଜୁସ୍ ପିଇବା ଦ୍ୱାରା ସ୍ମରଣଶକ୍ତି ବଢିଥାଏ । ଏଥିରେ ଥିବା ନାଇଟ୍ରେଟ୍ ରକ୍ତବାହିକା ନଳୀକୁ ସଂପ୍ରସାରିତ କରି ମସ୍ତିଷ୍କକୁ ରକ୍ତ ପ୍ରବାହ ବଢାଇଥାଏ ।  ଶକ୍ତି ବିଟ୍ ଜୁସ୍ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରା । ସେହିପରି ପୋଷକ ତତ୍ତ୍ୱରେ ଭରା । ଏହି ଜୁସ୍ ପିଇବା ରୋଗ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଫଳରେ ଅନେକ ରୋଗ ସଂକ୍ରମଣରୁ ରକ୍ଷା ମିଳିପାରିବ ।

ବିଟ୍ ଜୁସରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶରୀରର ଅନେକ ଗମ୍ଭୀର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହି ଜୁସ୍ ପିଇବା ଦ୍ୱାରା ମୋଟାପଣ, ହୃଦ୍ଘାତ, ଯକୃତ ରୋଗ ପରି ଅନେକ ଘାତକ ରୋଗରୁ ରକ୍ଷା ମିଳିଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme