Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ

Posted on December 31, 2025

ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ ଛାଡ଼ି ଚାଲିଯିବା ଯୋଗୁ ଏହାର ଜନସଂଖ୍ୟା ଖୁବ୍ କମିଯାଇଛି । ଆଜି ଗାଁର ଗଳିକନ୍ଦିରେ ମାଳ ମାଳ ବିଲେଇ ସ୍ୱାଧୀନ ଭାବେ ବିଚରଣ କରୁଛନ୍ତି । ବିନା ଦ୍ୱିଧାରେ ଲୋକଙ୍କ ଘରେ ପଶିଯାଉଛନ୍ତି । ମନ ଇଚ୍ଛା କାନ୍ଥ ବାଡ଼ରେ ଆରାମ କରୁଛନ୍ତି । ସେମାନଙ୍କ ଉପସ୍ଥିତି ଜନସଂଖ୍ୟା ଅଭାବ ଜନିତ ନିରବତାକୁ ଦୂର କରୁଛି ।

ଗତ ମାର୍ଚ୍ଚରେ ଗାଁରେ ପ୍ରାୟ ୩୦ ବର୍ଷ ପରେ ପ୍ରଥମ ଥର ଏକ ଶିଶୁ ଜନ୍ମ ହେଲା, ଯାହା ଗାଁ ପାଇଁ ଉତ୍ସବର ମୁହୂର୍ତ୍ତ ଥିଲା । ୩ ଦଶନ୍ଧି ପରେ ଜନ୍ମ ହୋଇଥିବା ଏହି ଶିଶୁର ନାଁ ଲାରା ବୁସି ଟ୍ରାବୁକୋ । ଏହି ଶିଶୁ କନ୍ୟାର ଜନ୍ମ ପରେ ଗାଁର ଜନସଂଖ୍ୟା ୨୦ ହେଲା । ତାଙ୍କ ଘର ଆରପଟେ ଥିବା ଚର୍ଚ୍ଚରେ ଲାରାର ଜନ୍ମୋତ୍ସବ ପାଳିତ ହୋଇଥିଲା, ଯେଉଁଥିରେ ପୂରା ଗାଁ ସାମିଲ ହୋଇଥିଲା । ଗାଁର ବିଲେଇ ବି ଉତ୍ସବରେ ଯୋଗ ଦେଇଥିଲେ । ଗାଁରେ ସନ୍ତାନ ଜନ୍ମ ବିରଳ ହୋଇଥିବାରୁ ଲାରା ମୁଖ୍ୟ ଆକର୍ଷଣ ପାଲଟିଛି । ଲାରାର ମା’ ସିନଜିୟା ଟ୍ରାବୁକୋ କହିଛନ୍ତି, ଏପର୍ଯ୍ୟନ୍ତ ପଗ୍ଲିଆରା ଦେଇ ମାର୍ସି ବିଷୟରେ କେବେ ଶୁଣିନଥିବା ଲୋକେ ଏବେ ଲାରା ପାଇଁ ଗାଁକୁ ବୁଲିବାକୁ ଆସୁଛନ୍ତି । ମାତ୍ର ୯ ମାସରେ ତାଙ୍କ ଝିଅ ଖୁବ୍ ଲୋକପ୍ରିୟ ହୋଇଛି । ଲାରାର ଜନ୍ମ ଗାଁ ପାଇଁ ଖୁସି ଆଣିଥିବା ବେଳେ ଇଟାଲିର ଗମ୍ଭୀର ଜନସଂଖ୍ୟା ସମସ୍ୟା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme