Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ

Posted on October 4, 2025

ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ । ଅନ୍ୟପଟେ ଶଳା କନେହି ବେହେରା ଫେରାର ହୋଇଯାଇଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କୋପିଣ୍ଡ ଗାଁର ମିଥୁନ ସସ୍ତ୍ରିକ ଯାଜପୁର ରୋଡ୍‌ର ପନାଶିଆଠାରେ ରହୁଥିଲେ । ଶୁକ୍ରବାର ମିଥୁନର ଶଳା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡପାଳ ଗାଁର କନେହିଁ ଭଉଣୀ ଘରକୁ ଆସିଥିଲେ । ରାତି ପ୍ରାୟ ୩ଟା ବେଳେ ଭିଣୋଇକୁ ହାଣ୍ଡିଆ ପିଇବା ପାଇଁ ପାଖରେ ଥିବା ହାଣ୍ଡିଆ ବସ୍ତିକୁ ଡାକି ନେଇଥିଲେ । ମାତ୍ର କେଇ ମିନିଟ୍ ଭିତରେ ମିଥୁନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚି ତଳେ ପଡ଼ିଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବେକ ଏବଂ ଗୁପ୍ତାଙ୍ଗକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିଲା । ପୁଲିସ ଖବର ପାଇ ପନାଶିଆରେ ପହଞ୍ଚି ଫେରାର କନେହିଁକୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରୁ ଏକ ବ୍ଲେଡ୍ ଜବତ କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଲିସ ହତ୍ୟାର କାରଣ ଖୋଜୁଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme