Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ

Posted on October 4, 2025

ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ । ଅନ୍ୟପଟେ ଶଳା କନେହି ବେହେରା ଫେରାର ହୋଇଯାଇଥିବା ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା କୋପିଣ୍ଡ ଗାଁର ମିଥୁନ ସସ୍ତ୍ରିକ ଯାଜପୁର ରୋଡ୍‌ର ପନାଶିଆଠାରେ ରହୁଥିଲେ । ଶୁକ୍ରବାର ମିଥୁନର ଶଳା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡପାଳ ଗାଁର କନେହିଁ ଭଉଣୀ ଘରକୁ ଆସିଥିଲେ । ରାତି ପ୍ରାୟ ୩ଟା ବେଳେ ଭିଣୋଇକୁ ହାଣ୍ଡିଆ ପିଇବା ପାଇଁ ପାଖରେ ଥିବା ହାଣ୍ଡିଆ ବସ୍ତିକୁ ଡାକି ନେଇଥିଲେ । ମାତ୍ର କେଇ ମିନିଟ୍ ଭିତରେ ମିଥୁନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚି ତଳେ ପଡ଼ିଯାଇଥିଲେ । ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବେକ ଏବଂ ଗୁପ୍ତାଙ୍ଗକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିଲା । ପୁଲିସ ଖବର ପାଇ ପନାଶିଆରେ ପହଞ୍ଚି ଫେରାର କନେହିଁକୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରୁ ଏକ ବ୍ଲେଡ୍ ଜବତ କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପୁଲିସ ହତ୍ୟାର କାରଣ ଖୋଜୁଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ
  • କମିବ ଶୀତ,କଲବଲ କରିବ କୁହୁଡ଼ି
  • ସିନ୍ଦେଙ୍କ ବଡ଼ ଚାଲ୍‌: ମୁମ୍ବାଇ ମେୟର ପଦ ପାଇଁ ବିଜେପି ଉପରେ ପଡ଼ିଲା କି ଚାପ?
  • ନିଲମ୍ବନ ପଛର ଅସଲ ଗୁମର: ବିଜେପିକୁ ବାଟ ସୁଗମ କରୁଛି କି ବିଜେଡି?
  • କମିଲା ଭକ୍ତ ନିବାସର ପାର୍କିଂ ଫି, ଆଜିଠୁ ନୂଆ ନିୟମ ଲାଗୁ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (468)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,508)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme