Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୋତେ ଆଉ ଝିଅ ମିଳିବେ ତ, ବର୍ଷାଙ୍କୁ ହାତ ଯୋଡିଲେ ଗୁଲୁଆ

Posted on December 30, 2025

ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସେପଟେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଗୁଲୁଆ। ଏବେ ସେ କୋର୍ଟ ଯିବାକୁ ବର୍ଷାଙ୍କୁ ପରାମର୍ଶ ଦେଉଛନ୍ତି। ଭିଡିଓ ପୋଷ୍ଟ କରି ବର୍ଷାଙ୍କୁ ଏହି ଅପିଲ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସୋସିଆଲ ମିଡିଆରେ କାହିଁକି ବଦନାମ କରୁଛ, କୋର୍ଟ ଯାଅ। ସୋସିଆଲ ମିଡିଆରେ ବଦନାମ କରି ମୋ ଭାତହାଣ୍ଡି ବନ୍ଦ କରିବାକୁ ଚାହୁଁଛ। ମୋତେ ଯେତେ ବଦନାମ କଲଣି ମୋତେ ଆଉ ଝିଅ ମିଳିବେ ତ। ତମେ ସିନା ମୋଠାରୁ ଟଙ୍କା ନେଇ ନନ-ଓଡ଼ିଆ ଟୋକା ସହିତ ଫରେନରେ ସେଟେଲ ହେବ। ମୋ ଅବସ୍ଥା କ’ଣ ହେବ। ସେଟେଲ୍‌ ଯଦି ଟଙ୍କା ଦରକାର ଆଲୋଚନା ପାଇଁ ଆସ, ମିଡିଆରେ ସମାଧାନ ହେବନି। କୋର୍ଟରେ ଫଇସଲା ହେବ, ଯଦି ମୁଁ ଦୋଷୀ ମୋତେ ଦଣ୍ଡ ମିଳିବ। ଯଦି ତୁମେ ମୋ ସହ ରହିବାକୁ ଚାହୁଁଛ, ମୁଁ ସ୍ବାଗତ କରିବି। ପୂର୍ବ କଥା ସବୁ ଭୁଲି ମୁଁ ତୁମକୁ ଗ୍ରହଣ କରିବି। ଯଦି ଡିଭୋର୍ସ ନେବାକୁ ଚାହୁଁଛ ଭଲରେ ଅଲଗା ହୋଇଯିବା। ମୁଁ ଏବେ ଡିପ୍ରେସନରେ ଅଛି। ମୋ ବୋଉ ଦେହ ଖରାପ ହୋଇଗଲାଣି। ମୁଁ ଖାଇପାରୁନି। ପ୍ଲିଜ୍‌ ଚାଲ କୋର୍ଟରେ କଥା ହେବା। ସମାଧାନ ବାହାର କରିବା।

ପ୍ରାୟ ୮ବର୍ଷର ପ୍ରେମ ସମ୍ପର୍କ ପରେ୨୦୨୩ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ଷା ଓ ଗୁଲୁଆ। ତେବେ ବିବାହ ପରେ ମଧ୍ୟଗୁଲୁଆଙ୍କ ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ଯୋଗୁ ହସଖୁସିରେ ଥିବା ପରିବାର ଏବେ ଭାଙ୍ଗିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା। ସେପଟେ ଗୁଲୁଆଙ୍କ ଅଭିଯୋଗ ୫୦ଲକ୍ଷଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ମିଳୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme