
ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର । ଚାରି ଦୁର୍ବୃତ୍ତ ଘର ଭିତରେ ପଶି ଚୋରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟ ପାଞ୍ଚ ଜଣ ଦୃବୃତ୍ତ ଚୋରି କରିବାକୁ ଆସିଥିବା ବେଳେ ଚାରିଜଣ ଦୃବୃତ୍ତ ଘର ଭିତରେ ଚୋରି କରୁଥିବା ବେଳେ ଅନ୍ୟ ଜଣେ ବାହାରେ ଜଗି ଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି ।ସୂଚନା ଅନୁସାରେ ଗତକାଲି ତାଳଚେର ସଇନାଳି ଗ୍ରାମରୁ ବିଳମ୍ବିତ ରାତିରେ ଦୁଇଟି ଘରେ କଳାକନା ବୁଲାଇଛନ୍ତି ଚୋର ।ଗାଁର ବିଜୟ ସାହୁ ଏବଂ ରାଜେଶ୍ ସାହୁଙ୍କ ଘରୁ ଚୋରି ହୋଇଥିବା ସୂଚନା । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଚୋରି କରିଥିଲେ । ଘରର କବାଟ ଭାଙ୍ଗି ଘର ଭିତରେ ପସି ଆଲମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା ଆଦି ଚୋରି କରିଥିଲେ । ବିଜୟ ସାହୁଙ୍କ ଘରୁ ଚେନ୍ , ମୁଦି ୫ ଟି , ସୁନା ମାଳ , ୧ ସେଟ୍ ସୁନା ହାର ସହ ଟଙ୍କା ଚୋରି କରିଥିବା ବିଜୟ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
