Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରି ପଡିଲା ଟାରିଫ ନୀତି, ଆମେରିକାରେ ଅନେକ କମ୍ପାନୀ ଦେବାଳିଆ ଘୋଷିତ

Posted on December 29, 2025

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜର ଟାରିଫ୍ ନୀତିକୁ ସବୁବେଳେ ଠିକ୍ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି। ତାଙ୍କ ମତରେ ଏହାଦ୍ବାରା ଆମେରିକାର ରେଭିନ୍ୟୁରେ ବୃଦ୍ଧି ହୋଇଛି। ତେବେ ବାସ୍ତବିକରେ ଏହା କିନ୍ତୁ ପୁରା ଓଲଟା। ରିପୋର୍ଟ ଅନୁସାରେ, ଆମେରିକାର କମ୍ପାନୀ ଦେବାଳିଆ ହେବାର ମାମଲା ଲଗାତାର ବଢିବାରେ ଲାଗିଛି। କମ୍ପାନୀ ଗୁଡିକ ଏହାର ବଡ଼ କାରଣ ଟ୍ରମ୍ପଙ୍କ ଟାରିଫ ବୋଲି କହୁଛନ୍ତି। ଏହାଛଡା ମୁଦ୍ରାସ୍ପିତି ହାର ବୃଦ୍ଧି ଏହି ସ୍ଥିତିକୁ ଆହୁରି ମଧ୍ୟ ବିଗିଡିବାର କାମ କରୁଛି।

‘ଦ ଓ୍ବାଶିଂଟନ୍ ପୋଷ୍ଟ’ର ରିପୋର୍ଟ ଅନୁସାରେ, ୨୦୨୫ ରେ ଆମେରିକୀୟ କମ୍ପାନୀ ଦେବାଳିଆ ହେବାରେ ବୃଦ୍ଧି ଦେଖିବାକୁ ମିଳିଛି। ଏହା ବିଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି। ଏସ୍ଆଣ୍ଡପି ଗ୍ଲୋବଲ ମାର୍କେଟ ଇଣ୍ଟେଲିଜେନ୍ସର ରିପୋର୍ଟ ଅନୁସାରେ, ଜାନୁଆରୀରୁ ନଭେମ୍ବର ଭିତରେ ୭୧୭ କମ୍ପାନୀ ଚାପ୍ଟର ୭ କିମ୍ବା ଚାପ୍ଟର ୧୧ ଅନୁସାରେ, ଦେବାଳିଆ ହୋଇଥିବା ନେଇ ଆବେଦନ କରିଛନ୍ତି। ଏହା ୨୦୨୪ର ଏହି ୧୧ ମାସ ତୁଳନାରେ ପ୍ରାୟ ୧୪% ଅଧିକ। ସେଭଳି ୨୦୧୦ ପରେ ସବୁଠାରୁ ଅଧିକ ସଂଖ୍ୟା ରହିଛି। ଉଲ୍ଲେଖନୀୟ ଯେ, ଚାପ୍ଟର ୧୧ର ପୁନଃଗଠନ ମଧ୍ୟ ଏହା କୁହେ ଯେ, କମ୍ପାନୀ କୋର୍ଟ ଦ୍ବାରା ପରିଚାଳିତ ପକ୍ରିୟା ଅନୁସାରେ, ନିଜର ଋଣକୁ ପୁନଃଗଠନ କରିଥାଏ ଓ ପରିଚାଳନା ଜାରି ରଖିଥାଏ। ସେଭଳି ଚାପ୍ଟର ୭ ଅନୁସାରେ କମ୍ପାନୀ ବନ୍ଦ ହୋଇଯାଇଥାଏ। ଏହା ସହ ତାଙ୍କର ସମ୍ପତ୍ତି ବିକ୍ରି କରି ଦିଆଯାଇଥାଏ।

ରିପୋର୍ଟ ଅନୁସାରେ, ଆମେରିକାର ଏଭଳି ବିଜନେସ୍ ଯାହା ସିଧା ସଳଖ ଭାବରେ ଆମଦାନୀ ଉପରେ ନିର୍ଭର ଥିଲା, ତାକୁ ଏହି ଦଶକରେ ସବୁଠାରୁ ଅଧିକ ଟାରିଫର ସାମନା କରିବାକୁ ପଡିଛି। ଦେବାଳିଆ ହେବାର ଆବେଦନ ଦାଖଲ କରିବାର ସବୁଠାରୁ ଅଧିକ ବୃଦ୍ଧି ଇଣ୍ଡଷ୍ଟ୍ରିଆଲ ସେକ୍ଟରରେ ଦେଖିବାକୁ ମିଳିଛି। ଯେଉଁଥିରେ ନିର୍ମାଣ, ବିନିର୍ମାଣ ଓ ପରିବହନ କମ୍ପାନୀ ରହିଛି। ଅର୍ଥଶାସ୍ତ୍ରୀ ଆମେରିକା ଅର୍ଥବ୍ୟବସ୍ଥାରେ ଏକ ବିରୋଧଭାଷ ଦେଖିଛନ୍ତି। ଏହାକୁ ନେଇ କହିଛନ୍ତି ଯେ, ବହୁ ବ୍ୟବସାୟ ଟାରିଫ୍ ଓ ଅନ୍ୟ ଖର୍ଚ୍ଚର ଚାପରେ ସଂଘର୍ଷ କରୁଛି। ଦେବାଳିଆ ଘୋଷିତ କରିଥିବା ଅଧିକାଂଶ କମ୍ପାନୀ ନିଜର ଆର୍ଥିକ ଚ୍ୟାଲେଞ୍ଜ ପାଇଁ ଆମେରିକୀୟ ମୁଦ୍ରାସ୍ପିତି ଏବଂ ସୁଧହାରକୁ ଦାୟୀ କରିଛନ୍ତି। ଏହା ସହ ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ନୀତି ମଧ୍ୟ ସପ୍ଲାଇ ଚେନ୍‌କ ବାଧା ଦେଉଛି ବୋଲି କୁହାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme