Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରାକ୍‌ରୁ ଖସିଲା ଟ୍ରେନ୍, ଚାଲିଗଲା ୧୩ ଜୀବନ

Posted on December 29, 2025

ମେକ୍ସିକୋରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇଛି । ବଗିଗୁଡ଼ିକ ଓଲଟି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୯୮ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦକ୍ଷିଣ ମେକ୍ସିକୋ ରାଜ୍ୟ ଓକ୍ସାକାରେ ଏହି ଭୀଷଣ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମେକ୍ସିକୋ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମେକ୍ସିକୋ ନୌସେନା ସହିତ ମିଳିତ ଭାବରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

ମେକ୍ସିକୋ ନୌସେନା ଦୁର୍ଘଟଣାର ବାବଦରେ ଏକ ବିବୃତ୍ତି ଜାରି କରିଛି ଯେ, ଟ୍ରେନ୍‌ରେ ୯ ଜଣ କ୍ରୁ ସଦସ୍ୟ ଏବଂ ୨୪୧ ଜଣ ଯାତ୍ରୀ ଥିଲେ। ପ୍ରାୟ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୧୦୦ ଜଣଙ୍କୁ ଆହତ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି କ୍ଲାଉଡିଆ ଶୀନବାମ୍ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନୌସେନା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

​​​​​​​ଦେଶର ଅଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଦୁର୍ଘଟଣାଗସ୍ତ ଟ୍ରେନ୍ ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତାୟତ କରିଥାଏ । ପୂର୍ବତନ ରାଷ୍ଟ୍ରପତି ଆଣ୍ଡ୍ରେସ୍ ଦକ୍ଷିଣ-ପୂର୍ବ ମେକ୍ସିକୋର ବିକାଶ ପାଇଁ ୨୦୨୩ ମସିହାରେ ଏହି ରେଳ ଲାଇନର ଉଦଘାଟନ କରିଥିଲେ । ଗତ ଡିସେମ୍ବର ୨୦ ତାରିଖରେ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme